ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

0
16
ପାରିବାରିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୦/୦୪) : ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଏହି ହତ୍ୟାକାଣ୍ଡ ରେ ସ୍ଵାମୀ ଓ ସଂପର୍କୀୟ ନାତି କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସୂଚନା ମୁତାବକ ବିଞ୍ଝାରପୁର ଥାନା ମଧୁସୂଦନପୁର ସ୍ଥିତ ମଧୁସୂଦନପୁର ନୋଡାଲ ଉପ୍ରା ବିଦ୍ୟାଳୟ ହତା ମଧ୍ୟରେ ଥିବା ଶୌଚାଳୟରୁ ଗତ ସୋମବାର ବିନୋଦିନୀ ସାହୁଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ଦୁଇ ଜଣ ଙ୍କୁ ଅଭିଯୁକ୍ତ ମୃତକଙ୍କ ସ୍ୱାମୀ ଅଲେଖ ଚନ୍ଦ୍ର ବେହେରା ଓ ସମ୍ପର୍କୀୟ ନାତି ତଥା ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ବାଦଲ ବେହେରାଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇ ଥିଲା । ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡ କରି ବିଦ୍ୟାଳୟ ଶୌଚାଳୟ ମଧ୍ୟରେ ପକାଇଥିବା ମାନିବା ପରେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ଘଟଣାସ୍ଥଳ କୁ ନେଇ ସିନରିକ୍ରେଶନ କରିଥିଲା ।

ଆଜି ଦୁଇ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ପାରିବାରିକ କଳହ କୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ବିଞ୍ଝାରପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା । ଏହି ସାମ୍ବାଦିକ ସମ୍ମିଳନୀ ରେ ବିଞ୍ଝାରପୁର ଥାନା ଅଧିକାରିଣୀ ଅଂଶୁମାଳା ଦାସ ଉପସ୍ଥିତ ଥିଲେ ।

Leave a Reply