ସନ୍ଦେହ ଜନକ ଭାବେ ମହିଳା ଙ୍କ ମୃତ୍ୟୁ,ତରବରିଆ ଭାବେ ଶବ ପୋଡ଼ି ନେଇ ଗ୍ରାମରେ ଉତେଜନା

0
21
ସନ୍ଦେହ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୦/୦୪) : ସନ୍ଦେହ ଜନକ ଭାବେ ମହିଳା ଙ୍କ ମୃତ୍ୟୁ,ତରବରିଆ ଭାବେ ଶବ ପୋଡ଼ି ନେଇ ଗ୍ରାମରେ ଉତେଜନା ।WhatsApp Image 2024 04 20 at 03.27.26 ସନ୍ଦେହ ଜନକ ଭାବେ ମହିଳା ଙ୍କ ମୃତ୍ୟୁ,ତରବରିଆ ଭାବେ ଶବ ପୋଡ଼ି ନେଇ ଗ୍ରାମରେ ଉତେଜନା

ଟିଟିଲାଗଡ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ରେ ଜଣେ ମହିଳା ବେକରେ ଫାସ ଲଗେଇ ଝୁଲନ୍ତା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ଯାଇଥିବା ବେଳେ ମୃତ୍ୟୁ ର ପ୍ରକୃତ କାରଣ କଣ ସେ ନେଇ ଗ୍ରାମ ରେ ବେଶ୍ ଚର୍ଚ୍ଚା ଜୋର ଧରି ଥିବା ବେଳେ ଉକ୍ତ ମହିଳା ଙ୍କ ଶବ ବିନା ପୋଲିସ କୁ ସୂଚନା ଦେଇ ତରବରିଆ ଭାବେ ଶବ ପୋଡ଼ି ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ସୂଚନାନୂଜାୟୀ ଟିଟିଲାଗଡ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ର ବିକ୍ରମ ମାଝୀ ଙ୍କ ସ୍ତ୍ରୀ ଜୟନ୍ତୀ ମାଝୀ (ବ – ୫୨) ସ୍ଵାଭାବିକ ଭାବେ ଘରେ ଥିବା ବେଳେ ରବିବାର ଦିନ ସକାଳ ପ୍ରାୟ ୭ ଟା ସମୟ ରେ ସେ ତାଙ୍କ ମାଟି ଘର ଭିତରେ ଥିବା କାଠ ପାଟି ରେ ଏକ ଲୁଗା ଫାସ ବେକରେ ଗୁଡେଇ ହୋଇ ଝୁଲନ୍ତା ଅବସ୍ଥାରେ ଥିବା ପରିବାର ତଥା ସାଇ ଲୋକେ ଦେଖିବାକୁ ପାଇଥିଲେ ।

ସେ ପ୍ରତିଦିନ ଭଳି ସ୍ଵାଭାବିକ ଥିବା ଓ ସନ୍ଧ୍ୟା ରେ ଗୋବର ଗୋଟାଉ ଥିବା ଭଳି କାମ କରୁଥିଲେ ବୋଲି ସାଇ ବାସି ପ୍ରକାଶ କରିଥିବା ବେଳେ ସେ ରାତିରେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହେଲା ସେ ନେଇ ନା ନା ପ୍ରକାର ଆଲୋଚନା ହେଉଥିବା ବେଳେ ଏଭଳି ମୃତ୍ୟୁ ବରଣ କରିଥିବା ଓ ତରବରିଆ ଭାବେ ଶବ କୁ ନେଇ ପୋଡ଼ି ଦେଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି । ଏ ନେଇ ଉକ୍ତ ପରିବାର ଲୋକେ ମୃତ √ଜୟନ୍ତୀ ମାଝୀ ପ୍ରାୟ ପାଞ୍ଚ, ଛଅ ଦିନ ଧରି ଡାଇରିଆ ବା ଝାଡା ରେ ଆକ୍ରାନ୍ତ ହୋଇ ଥିଲେ ତଥା ରବିବାର ସକାଳୁ ଡାକ୍ତର ଖାନା ନେଇ ଥାଆନ୍ତୁ ହେଲେ ସେ ମରି ଗଲେ ବୋଲି ପ୍ରକାଶ କରିଛନ୍ତି।

ଏ ନେଇ ଟିଟିଲାଗଡ ପୋଲିସ ସୂଚନା ପାଇ ତୁରନ୍ତ ଉକ୍ତ ଗ୍ରାମ ରେ ପହଞ୍ଚି ଥିବା ବେଳେ ଶବ ପୋଡ଼ି ସାରିଥିଲେ । ପୋଲିସ ଗ୍ରାମ ରେ ସବିଶେଷ ତଦନ୍ତ କରିବା ସହ ଅଧିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଉକ୍ତ ଗ୍ରାମର ମହେନ୍ଦ୍ର ମାଝି (ଛଦ୍ମନାମ) ନାମକ ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି ପାରିବାରିକ କଳହ ନେଇ ଗତ ଏକ ମାସ ତଳେ ଉକ୍ତ ପରିବାର ର ଜଣେ ସମ୍ପର୍କୀୟ ଙ୍କୁ ମିଳିତ ଭାବେ ଆକ୍ରମଣ କରି ଥିଲେ ଓ ତାଙ୍କ ମୃତ୍ୟୁ ପରେ ସବ କୁ ପୋଡ଼ି ଦେଇ ଘଟଣା କୁ ଚପେଇ ଦେଇ ଥିବା ଜଣେଇଛନ୍ତି ।

ସୂଚନଯୋଗ୍ୟ ଯେ,ଉକ୍ତ ଗ୍ରାମ ର ପିଙ୍କୁ ବେହେରା ଓ ଅଭିମନ୍ୟୁ ବଞ୍ଚୋର୍ ନାମକ ଦୁଇ ଯୁବକ ଉକ୍ତ ପରିବାର ସମ୍ପର୍କୀୟ ସୂଜା ମାଝି ଙ୍କ ଦୁଇ ଝିଅ କୁନି ମାଝି ଓ ଟୁନି ମାଝି ଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ଗତ ଦଶହରା ଯାତ୍ରା ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇ ଥିଲା । ଏହି ପ୍ରେମ ସଂପର୍କ କୁ ନେଇ ସୂଜା ମାଝି ତାଙ୍କ ଝିଅ ଟୁନି ମାଝି କୁ ଆକ୍ରମଣ କରିବା ବେଳେ ତାର ସନ୍ଧ୍ୟା ୭ ଟା ସମୟ ରେ ଘରେ ମୃତ୍ୟୁ ଘଟି ଥିଲା ।

ମୃତ୍ୟ ଘଟିବା ପରେ ପରିବାର ର ଲୋକ ମିଶି ଜୟନ୍ତୀ ଙ୍କ ସବ ପୋଡ଼ିବା ଭଳି ଉକ୍ତ ସମସ୍ତ ବ୍ୟକ୍ତି ଉକ୍ତ ମୃତ ଝିଅ ର ଶବ କୁ ଜୟନ୍ତୀ ଙ୍କ ଜ୍ବାଇଁ,,,,,,ତାଙ୍କ ବାଇକ୍ ଯୋଗେ ଅନ୍ୟ ଜଣ ଙ୍କ ସହ ମିଶି ନିକଟସ୍ତ ଜଙ୍ଗଲ ରେ ପୋଡ଼ି ଘଟଣା ଚପେଇ ଦେଇଥିଲେ । ଏ ନେଇ ଜୟନ୍ତୀ ଙ୍କ ଜ୍ବାଇଁ ଙ୍କୁ ଫୋନ୍ ରେ ଯୋଗାଯୋଗ କରିବା ରୁ ସେ ମୁରିବାହାଲ ରେ ଅଛନ୍ତି,କିଛି ଜାଣିନି ଆଦି କହି ବାହାନା କରିଥିଲେ । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତ ସତ୍ୟା, ସତ୍ୟ ଉନ୍ମୋଚନ ନିମନ୍ତେ ଦାବି ହେଉଛି ।

Leave a Reply