ଝିଅ ଘରୁ ଫେରୁଥିଲେ; ମାଡ଼ିଗଲା ଅଜଣା ଗାଡ଼ି

0
20
ଝିଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୧/୦୪) : ଝିଅ ଘରୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ମୁଣ୍ଡେଇଲୋ ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ପରଜଙ୍ଗ ଥାନା ହାତିଲୋଚାଣୀ ଗାଁ’ର ଦୁର୍ଯ୍ୟୋଧନ କର । ଆଜି ସକାଳେ ଦୁର୍ଯ୍ୟୋଧନ ନିଜ ସାଇକେଲ ଯୋଗେ ମୁଣ୍ଡେଇଲୋ ଗାଁ ସ୍ଥିତ ଝିଅ ଘରୁ ନିଜ ଘରକୁ ଫେରୁଥିଲେ । ମୁଣ୍ଡେଇଲୋ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ଅଜଣା ଗାଡ଼ି ଦୁର୍ଯ୍ୟୋଧନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତରୋକ କରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରରୋକ ହଟିଛି । ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply