ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଫଗୁଦଶମୀ ନିତି ପାଳିତ

0
36
ଢେଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୦/୦୩) : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଫଗୁଦଶମୀ ନିତି ପାଳିତ ହୋଇଯାଇଛି ।

ସନ୍ଧ୍ୟା ଆଳତି ପରେ ଫଗୁ, ଖଜା, ଚଣା, ପେଡା ଲାଗି କରାଯାଇଥିଲା । ଭିତର ଫଗୁ ଉତ୍ସବ ପାଳନ କରାଯାଇଥିଲା । ଆସନ୍ତା କାଲିଠାରୁ ବାହାର ଫଗୁ ଉତ୍ସବ ପାଳନ କରାଯିବ । ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆସେବକ ବ୍ରଜମୋହନ ମହାପାତ୍ର ସୁଆର ନିଳମଣୀ ଆଚାର୍ଯ୍ୟ କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତରେ ଏହି ଫଗୁଦଶମୀ ନିତି ପାଳନ କରାଯାଇଥିଲା ।