ମହାସିଙ୍ଗି ରେ ବିଜେଡି ର ସାଙ୍ଗଠାନିକ ବୈଠକ

0
114
ମହାସିଙ୍ଗି

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୧/୪) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗି ଠାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି lWhatsApp Image 2024 04 21 at 18.33.20 ମହାସିଙ୍ଗି ରେ ବିଜେଡି ର ସାଙ୍ଗଠାନିକ ବୈଠକ

ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ଏହି ବୈଠକ ରେ କନ୍ଧମାଳ ସାଂସଦ ପାର୍ଥି ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷ୍ୟକ ବିଜୟ ନାୟକ, ବାଲିଗୁଡା ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କହଁର ଯୋଗ ଦେଇଥିଲେ l ଏହି ପ୍ରସ୍ତୁତି ବୈଠକ ରେ ଚାରୋଟି ବ୍ଲକ ର ବ୍ଲକ ସଭାପତି, ଯୁବ ଛାତ୍ର ସଭାପତି,ବିଜୁ ଯୁବ ଜନତା ଦଳ ର ମହିଳା ସଭାପତି ଏନ.ଏ.ସି କାଉନସିଲର, ଅଧକ୍ଷ୍ୟ, ଉପାଧ୍ୟକ୍ଷ, ବ୍ଲକ ଅଧକ୍ଷ୍ୟ, ଜିଲ୍ଲା ପରିଷଦ ସଭ୍ୟ ସାମିଲ ହୋଇଥିଲେ l ଆଗାମୀ ସାଧାରଣ ନିର୍ବାଚନ ରେ ଦଳ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି ବିଜେଡି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିକାଶଧାରା କୁ ନେଇ ଜନସାଧାରଣ ଙ୍କୁ ଅବଗତ କରିବା ସହ ସାଧାରଣ ନିର୍ବାଚନ ରେ ଉତ୍ତମ ପ୍ରଦର୍ଶନ କରିବା ପାଇଁ ସଂକଳ୍ପ ନେଇଛନ୍ତି ବିଜେଡି କର୍ମୀ l

ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷ୍ୟକ ଅଜୟ ମହାରଣା, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ସମେତ ବହୁ ଦଳୀୟ ନେତୃ ବୃନ୍ଦ ଉପସ୍ଥିତ ରହିଥିଲେ l କନ୍ଧମାଳ ବିଜେଡି ସାଂସଦ ପାର୍ଥି ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପାର୍ଥି ଚକ୍ରମଣୀ କାଁହଁର ଆଗାମୀ ନିର୍ବାଚନ ରେ ବିପୁଳ ମାତ୍ରା ରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟ ଭିକ୍ଷା କରିଥିଲେ l

Leave a Reply