ସ୍କୁଟି ରେ ବୁଲିଲେ ପ୍ରଚାର କଲେ ପାରଳା ବିଧାୟକ

0
33
ସ୍କୁଟି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୪) : ଆଜି ପାରଳା ବିଧାୟକ ତଥା ବିନେପି ପ୍ରାର୍ଥୀ କାଶୀନଗରରେ ନିଜ ପ୍ରଚାର ପଶିଣ ଏକ ସ୍କୁଟି ରେ ବସି ପ୍ରଚାର କରିବା ଦେଖିବାକୁ ମିଳିଥିଲା ।

ସେ ଆଜି ସନ୍ଧ୍ୟା ରେ କାଶୀନଗର ଏନ ଏ ସି ର ୱାର୍ଡ ନମ୍ବର ୧ ,୨ ,୩ ଓ ୪ ନମ୍ବର ୱାର୍ଡ ରେ ବୁଲି ଲୋକ ଙ୍କ ସହ ମିଶି ବିଜେପି କୁ ଭୋଟ ଦେବାକୁ କହିଥିଲେ । ତାଙ୍କ ସହ ୱାର୍ଡ ତିନି ର କାଉନ୍ସିଲର ଭି. ଚେଲାପତି ଓ ପୂର୍ବତନ ସରପଞ୍ଚ ଶ୍ରୀ ଆର ରାମ ପ୍ରସାଦ । ବିଧାୟକ ଏକ ସ୍କୁଟି ରେ ନିଜ ପ୍ରଚାର କାର୍ଯ୍ୟ କରିଛନ୍ତି । ସେପଟ ବିଜେଡ଼ି ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ଫୋରେଷ୍ଟ ଛକ ରେ ଥିବା ତିନିଗୋଟି ୱାର୍ଡ ରେ ପ୍ରଚାର କରିଥିବା ଜଣା ଯାଇଛି, ଆସନ୍ତା କଷୁଳି କଂଗ୍ରେସ ପ୍ରାର୍ଥୀ କାଶୀନଗର ରେ ରାଲି କରିବେ ବୋଲି ଦଳ ସୂତ୍ରରୁ ଜଣାପଡିଛି ।