ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନଶିକ୍ଷକ

0
17
ଭିଜିଲାନ୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୨୩/୦୪) : ଭିଜିଲାନ୍ସ ଜାଲରେ ହାଇସ୍କୁଲ ପ୍ରଧାନ ଶିକ୍ଷକ । ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପଧାନ ।

ସଫେଇ ଓ ରାତ୍ରି ଜଗୁଆଳୀଙ୍କ ବିଲ ପାସ କରେଇବା ପାଇଁ ଲାଞ୍ଚ ନେବାବେଳେ ଧରା ପଡିଛନ୍ତି। ଦାୟିତ୍ବରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ବରଗଡ଼ ଭିଜିଲାନ୍ସ ବିଭାଗ।

Leave a Reply