ଦିନରେ ଧମକ ଦେଲେ, ରାତିରେ ହାଣି ରାସ୍ତାରେ ପକାଇଦେଲେ

0
20
ଦିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୩/୦୪) : ଦିନ ଦ୍ୱିପ୍ରହରରେ ହୋଇଥିଲା ଗଣ୍ଡଗୋଳ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯାହା କହିଥିଲେ ରାତିରେ ତାହାକୁ ସତ କରି ଦେଖାଇଲେ ।

ସାମାନ୍ୟ ବଚସାରୁ ଉଜୁଡ଼ିଗଲା ଘର, ଗଡ଼ିଲା ମୁଣ୍ଡ। ୫ରୁ ୭ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ବିଚ୍‌ ରାସ୍ତାରେ ହାଣି ଜୀବନ ନେଇଗଲେ । ଏପରି ଏକ ସାଂଘାତିକ ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଆସରା-ଷଣ୍ଢମରା ରାସ୍ତାରେ ଗତ ରାତିରେ ଘଟିଛି । ମୃତକ ହେଲେ ବାଲିଆସରା ଗାଁର ଗଣେଶ ନାୟକ । ଗଣେଶଙ୍କର ଗତକାଲି ଦିନ ସମୟରେ ପାଖ ଗାଁର କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ଯୁବକମାନେ ଜୀବନରୁ ଶେଷ କରି ଦେବାକୁ ଗଣେଶଙ୍କୁ ଧମକ ଦେଇଥିଲ।

ଗତକାଲି ସନ୍ଧ୍ୟା ସମୟରେ ଗଣେଶ କବି ସୂର୍ଯ୍ୟନଗରରୁ ବାଇକ୍‌ ଯୋଗେ ଫେରୁଥିବା ବେଳେ ଉକ୍ତ ଯୁବକମାନେ ତାଙ୍କ ପିଛା କରିଥିଲେ । ଏହାପରେ ମାରଣାସ୍ତ୍ରରେ ତାଙ୍କୁ ଚୋଟ ପରେ ଚୋଟ ମାରିଥିଲେ । ଅତ୍ୟଧିକ ରକ୍ତସ୍ରାବ ହେତୁ ଗଣେଶ ତଳେ ପଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।
କବିସୂର୍ଯ୍ୟନଗର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

ଏନେଇ ଗଣେଶଙ୍କ ଭାଇ କହିଛନ୍ତି, ଦିନ ଦ୍ୱିପ୍ରହରରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ମୋ’ ଭାଇ କି ହାଣିଦେବେ ବୋଲି ଧମକ ଦେଇଥିଲେ। ରାତିରେ ୫, ୭ ଜଣ ଆସି ହାଣି ରାସ୍ତାରେ ପକାଇଦେଲେ।

Leave a Reply