ତାଲା ଭାଙ୍ଗି ସ୍କୁଲରୁ ଲୁଟିନେଲେ ଏଲ୍‌ଇଡି ଟିଭି

0
18
ତାଲା ଭାଙ୍ଗି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୩/୦୪) : ରାତିରେ ସ୍କୁଲରେ କଳାକନା ବୁଲାଇଲେ । ତାଲା ଭାଙ୍ଗି ସ୍କୁଲରୁ ଏଲ୍‌ଇଡି ଟିଭି ଓ ବହୁ ଖେଳ ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ

ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ । ବସ୍ତା ଥାନା ଅଞ୍ଚଳରେ ରହିଛି ଗୋବରଘୋଟି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ରବିବାର ବିଳମ୍ୱିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ । ଯେଉଁଥିରେ ରହିଛି ଏଲଇଡି ଟିଭି ଓ ମୂଲ୍ୟବାନ ଖେଳ ସାମଗ୍ରୀ । ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ।

ଆଜି ସକାଳେ ଶିକ୍ଷକମାନେ ସ୍କୁଲରେ ପହଞ୍ଚିଲା ବେଳକୁ ଶ୍ରେଣୀ ଗୃହ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ସ୍କୁଲ ପରିଚାଳନା କମିଟିକୁ ଅବଗତ କରାଇଥିଲେ । ଅଭିଭାବକ ଓ ଗାଁ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ହେଲେ ଅଭିଯୁକ୍ତଙ୍କ ପାଖରେ ପୁଲିସ୍‌ ପହଞ୍ଚି ପାରିନାହିଁ ।

Leave a Reply