ଟ୍ରାଭେଲ ଏଜେନ୍ସି ନାଁରେ ଗଞ୍ଜେଇ ଚାଲାଣ କରୁଥିଲେ

0
18
ଟ୍ରାଭେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୩/୦୪) : STF ହାତରେ ଗଞ୍ଜେଇ ଚାଲାଣକାରୀ । ଟ୍ରାଭେଲ ଏଜେନ୍ସି କରି ଦାମି ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା ।

ଏନେଇ ପୁଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୌମ୍ୟ ରଞ୍ଜନ ଦିଗଲ। ତାଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡ଼ିଛି । ୧୧ ତାରିଖରେ କମିସନ୍‌ରେଟ୍‌ ପୁଲିକୁ କୌଣସି ସୁତ୍ରରୁ ଖବର ମିଳିଥିଲା ଫୁଲବାଣୀରୁ ଗଞ୍ଜେଇ ଆସି ଭୁବନେଶ୍ୱରରେ ବିକ୍ରି ହେଉଛି । ଏନେଇ ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କାରିଥିଲା । ତଦନ୍ତ ବେଳେ ଗୋଟିଏ କାରକୁ ସନ୍ଦେହରେ ଅଟକାଇଥିଲା ପୁଲିସ। ଜାଞ୍ଚ ବେଳେ କାରରୁ ୫୨ କେଜିର ଗଞ୍ଜେଇ ସହ ଜଣକୁ ଗିରଫ କରିଥିଲା ପୁଲିସ। ଗିରଫ ଜଣଙ୍କ ହେଉଛନ୍ତି ବିକାଶ ଦିଗଲ ।

‍ବିକାଶକୁ ଗିରଫ କରି ପଚରା ଉଚରା କରିବା ଥିଲା ପୁଲିସ। ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଇଏ ଦୁଇ ଭାଇ ଗଞ୍ଜେଇ ଚାଲାଣ କରୁଛନ୍ତି । ବିକାଶ ଦଗାଲ ଓ ତାଙ୍କର ସାନ ଭାଇ ସୌମ୍ୟ ରଞ୍ଜନ ଦିଗଲ । ଏ ଦୁଇ ଭାଇ ଭୁବନେଶ୍ୱର ମୈତ୍ରୀ ବିହାର ଶ୍ରମିକ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ । ଦୁଇ ଭାଇଙ୍କର ଟ୍ରାଭେଲ ଏଜେନ୍ସି ଅଛି। ସେଇ ଏଜେନ୍ସି ସାହାଯ୍ୟରେ ଦାମି ଗାଡ଼ିକୁ ବ୍ୟବହାର କରି ଗଞ୍ଜେଇ ଚାଲାଣ କରୁଥିଲେ ।

ମାସକୁ ଥରେ ଫୁଲବାଣି ଯାଇ ଗଞ୍ଜେଇ ଆଣୁଥିଲେ। କିଭଳି ପୁଲିସ ସନ୍ଦେହ ନକରିବ ସେଥିପାଇଁ ସେଇ ଗାଡ଼ିରେ କିଛି ମହିଳା ଓ ଛୋଟ ଛୁଆଙ୍କୁ ବସାଇ ଭୁବନେଶ୍ୱରକୁ ଆଣୁଥିଲେ । ତେବେ ଏସମସ୍ଥ ତଥ୍ୟ ପାଇସାରିବା ପରେ ପୁଲିସ ବିକାଶର ସାନ ଭାଇ ସୌମ୍ୟଙ୍କୁ ଖୋଜୁଥିଲା । ହେଲେ ସୌମ୍ୟ ଫେରାର ଥିଲେ। ରବିବାର (ଗତକାଲି) ଟିକାପାଲି ପୁଲିସ ସାହାଯ୍ୟରେ ତାଙ୍କୁ ଗିରଫ କରିଥିଲା ପୁଲିସ । ଗରିଫ ପରେ ସୌମ୍ୟକୁ କୋର୍ଟ ଚାଲାଣ କରାଯାଇଛି ।

 

Leave a Reply