ବାଇକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୩ ଜୀବନ

0
20
ବାଇକ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୭/୦୪) : ଅନୁଗୁଳ ଜିଲ୍ଲା ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ୩ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ବାଇକ୍‌କୁ ପିଟିଲା ଟ୍ରକ୍‌, ଚାଲିଗଲା ୩ ଜୀବନ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମୃତକମାନେ ଅନୁଗୁଳ ଜିଲ୍ଲାର ଡେରଜାଙ୍ଗ ଗାଁ’ର ବୋଲି ଜଣାଯାଇଛି । ସେମାନେ ହେଲେ ୪୮ ବର୍ଷୀୟ କୃପା ଦେହୁରୀ, ୨୧ ବର୍ଷୀୟ ରାଜେନ୍ଦ୍ର ପ୍ରଧାନ ଓ ୧୭ ବର୍ଷୀୟ ସୁବ୍ରତ ପ୍ରଧାନ । ଡେରଜାଙ୍ଗ ଗାଁ’ର ଏହି ୩ ଜଣ ଆଜି ସକାଳେ ବାଇକରେ ନିଜ ଗାଁରୁ ଅନୁଗୁଳ ଅଭିମୁଖେ ଆସୁଥିଲେ। ପଞ୍ଚମହଲା ନିକଟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଯୁବକ ଛିଟିକି ପଡ଼ିଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିଲା ।

ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି । ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ତାହା ସଫଳ ହୋଇ ପାରିନି । ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି ।

Leave a Reply