ଅନୁଗୁଳ ବନବିଭାଗ ରୁ ଉଦ୍ଧାର ହାତୀଛୁଆ ଆସି ପହଞ୍ଚିଲା କପିଳାସ ରେ

0
250

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୭/୧୧) : ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ଅନୁଗୁଳ ବନବିଭାଗ ବାଲିଯେରେଙ୍ଗା ଅଞ୍ଚଳରୁ ଉଦ୍ଧାର ହୋଇଥିବା ହାତୀ ଛୁଆ କୁ ଆଜି ଢେଙ୍କାନାଳ ସ୍ଥିତ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଛି ।

ଅନୁଗୁଳ ବନବିଭାଗ ରୁ ଉଦ୍ଧାର କରା ଯାଇଥିବା ହାତୀ ଛୁଆଟି ର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ଛୁଆଟି କପିଳାସ ରେ ପହଞ୍ଚିବା ପରେ ଡାକ୍ତର ଙ୍କ ଦ୍ଵାରା ତାହାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯିବା ସହ ହାତୀ ଛୁଆଟି କୁ କ୍ୟୁଆରେଣ୍ଟଇନ ରେ ରଖା ଯାଇଛି ।