ମା ଭୂୟାଁଦେବୀ ମନ୍ଦିର ପ୍ରାଙ୍ଗଣରେ ୧୧ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ନେତା କର୍ମୀଙ୍କୁ ନେଇ ବୈଠକ

0
115
ମା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ
ପୁରୁଷୋତ୍ତମପୁର, (୨୮/୦୪) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ପଞ୍ଚାୟତର ମା ଭୂୟାଁଦେବୀ ମନ୍ଦିର ପ୍ରାଙ୍ଗଣରେ ୧୧ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ମାନଙ୍କ ସଂଯୋଜନା ରେ ଅନୁମାନିକ ୧୦୦୦ (ଏକ ହଜାର) ନେତା କର୍ମୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଦୀର୍ଘ ଦିନରୁ କବିସୂର୍ଯ୍ୟନଗର ବିଧାୟିକାଙ୍କ ବିରୁଦ୍ଧରେ କୁହୁଳୁଥିବା ଅସନ୍ତୁଷ୍ଟର ନିଆଁ ଆଜି ଉଗ୍ରରୂପ ଧାରଣ କରିଛି, ଲତିକା ହଟାଓ କବିସୂର୍ଯ୍ୟନଗର ବଞ୍ଚାଓ ନାରାରେ ମା ଭୂୟାଁଦେବୀ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା,ଦୀର୍ଘ ପାଞ୍ଚବର୍ଷ ମଧ୍ୟରେ କୌଣସି ଉନ୍ନତିକର କାର୍ଯ୍ୟ ସହିତ କୌଣସି ନେତା କର୍ମୀଙ୍କ ସହିତ ସନ୍ତୋଷ ଜନକ କଥାବାର୍ତା ନ କରିପ୍ରତେକ କାମ ରେ ପିସି ମାଗୁଥିବା ଏବଂ ନିଜେ ଅହଂକାର, ଓ ଆତ୍ମ ଗର୍ବରେ ଛାତି ଫୁଲାଇ ଯାଉଥିବା ଘଟଣାକୁ କର୍ମୀ ଓ ନେତା ମାନେ ଆଉ କେତେ ଦିନ ସହିଥାନ୍ତେ, ତେଣୁ ଆଜି ମା ଭୂୟାଁ ଦେବୀ ଙ୍କ ଆଶୀର୍ବାଦ ନେଇ ଦବଙ୍ଗଗିରି ଚଳାଇଥିବା ବିଧାୟିକାଙ୍କ ବିରୁଦ୍ଧରେ ଆଜି ର ଏହି ସଂକଳ୍ପ ସମାବେଶ ଆରମ୍ଭ ହୋଇଛି ।

ଏହି ଅସନ୍ତୋଷର ନିଆଁ ଦୁଇଟି ବ୍ଲକକୁ କ୍ଷିପ୍ରଗତି ରେ ବ୍ୟାପିବାକୁ ଯାଉଛି, ଯାହା ଦ୍ୱାରା ଏହା ଉପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏହା ଉପରେ ପୁନର୍ବିଚାର କରିବାକୁ ଉପସ୍ଥିତ କର୍ମୀମାନେ ଅନୁରୋଧ କରିଛନ୍ତି, ଯଦି ଏହା ଉପରେ ସେମାନେ ନିଷ୍ପତ୍ତି ନ ନିୟନ୍ତି ତେବେ ଚଳିତ ନିର୍ବାଚନରେ ସେମାନେବାଧ୍ୟ୍ୟ ହୋଇ ନୋଟା ରେ ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ସଭାରେ ଉପସ୍ଥିତ ଥିବା ନେତା ଓ କର୍ମୀମାନେ ହେଲେ ଟଙ୍କାଛାଇ ସରପଞ୍ଚ ଅଭିମନ୍ୟୁ ବେହେରା ଓ ତାଙ୍କ ସହଯୋଗୀ, ଝାଡ଼ବାଇ ପଞ୍ଚାୟତର ସିମାଞ୍ଚଳ ଗୌଡ଼, ଟୁଲୁ ଗୌଡ଼, ପିଣ୍ଟୁ ପଟ୍ଟନାୟକ, ପର୍ଶୁରାମ ଦୋରା, ବାଲାଜୀ ସ୍ୱାଇଁ, ଡିଲୁ ପାତ୍ର ଓ କର୍ମୀ, ସି. ଏଚ. ନୂଆଁ ଗାଁର ପୂର୍ବତନ ସରପଞ୍ଚ ପବିତ୍ର ସାବତ, କିଶୋର ପରିଡା, ନିରଞ୍ଜନ ନାହାକ, ବୁଡୁ ପରିଡା, ପାଣ୍ଡିଆ ପଞ୍ଚାୟତର ସନ୍ତୋଷ ସେଠୀ,ଡାକ ବେହେରା, ସାମୁଲୁ ବେହେରା,ରାମ ଦଳେଇ ଅନ୍ତିରୀଗାଁ ପଞ୍ଚାୟତର ବିମ୍ବାଧର ନାୟକ, ମାୟାଧର ଭଟ୍ଟ ମିଶ୍ର, ପ୍ରମୋଦ ବେହେରା ଓ କର୍ମୀମାନେ ଉପସ୍ଥିତ ଥିଲେ ।

ବଡ ଖରିଡା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ରମେଶ ଚନ୍ଦ୍ର ଦଳାଇ, ମହେଶ୍ୱର ଗୌଡ଼, ମନୋଜ ପ୍ରଧାନ, ରାଜେନ୍ଦ୍ର ବିଶ୍ୱାଳ, ସୁଦର୍ଶନ ନାୟକ ଓ କର୍ମୀମାନେ ଉପସ୍ଥିତ ଥିଲେ, ସେହିପରି ଭୁତ ସାରସିଙ୍ଗି ପଞ୍ଚାୟତର ସରପଞ୍ଚ ମନୋଜ ଦାଶ ଏବଂ ଏକାଧିକ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ । ଏବଂ ସମା, ସିକୁଳା, ଅରଖପୁରୁ, ଚିଙ୍ଗୁଡ଼ି ଘାଇ ପଞ୍ଚାୟତର ଏକାଧିକ ନେତା କର୍ମୀ ଏହି ସଭାରେ ଉପସ୍ଥିତ ଥିଲେ ।