ଓକିଲ ସଙ୍ଘ ତରଫରୁ ମଧୁବାବୁ ଜୟନ୍ତୀ ପାଳିତ

0
49
ଓକିଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୮/୪) : ଆଜି ଗୁଣୁପୁର କୋର୍ଟ ପରିସରରେ ଓକିଲ ସଙ୍ଘ ତରଫରୁ ଉତ୍କଳ ଗୌରବ ମଧୁ ସୁଦନ ଦାସଙ୍କ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଗୁଣୁପୁର କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ୍ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କ ଜୀବନୀ ତଥା ସମାଜ ପ୍ରତି ତାଙ୍କର ଅବଦାନ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସବ୍ ଜଜ୍ ଶ୍ରୀ ସନ୍ତୋଷ କୁମାର ମହାପାତ୍ର ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶାନ୍ତାସ୍ରୀ ମହାନ୍ତି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ସଂଘର ସଭାପତି ଦେବୀ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ଇନ୍ଦ୍ରାକ୍ଷୀ ଦାସ ସଭା ପରିଚାଳନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ଉମା ଚରଣ ପଟ୍ଟନାୟକ, ଆମେ ସମସ୍ତେ ମଧୁବାବୁଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ପଟ୍ଟନାୟକ, ଫଣୀ ଭୂଷଣ ପଟ୍ଟନାୟକ, ଗଣେଶ ପଣ୍ଡା, କୃଷ୍ଣ ସେନାପତି, ରମେଶ ଲିମା, ରାଜ କିଶୋର ଦାସ, ଏସ୍ ବାବା ପ୍ରସାଦ, ମନୋଜ ରତ୍ନଲୁ, ତ୍ରିନାଥ ଖାଡାଙ୍ଗା , ଲାଡି ଗୋପାଳ ରାଓ, ଗଦା ପଣ୍ଡା, ବିଶ୍ଵନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ବରିଷ୍ଠ ଓକିଲ ଗଣେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।