ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌: ୨ ମୃତ

0
28
ଟ୍ରକକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୨୮/୦୪) : ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ହରଡୋଖୋଳ ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ ହୋଇଛି ।

ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ପ୍ରଧାନ ନାମକ ଏକ ଘରୋଇ ବସ ଜୟପୁରରୁ କଟକକୁ ଯାଉଥିବା ବେଳେ ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପିଟିଥିଲା । ଫଳରେ ଚାପି ହୋଇ ଘଟଣାସ୍ଥଳରେ ଡ୍ରାଇଭର ଡମ୍ବରୁ ଧର ସ୍ୱାଇଁ ଓ ହେଲପର ଶିବରାମ ଗଉଡଙ୍କ ମୃତ୍ୟୁ ହୋଇଥିଲା । ସ୍ୱାଧୀନ ଗଉଡ ଗୁରୁତର ଆହତ ହୋଇଥିବାବେଲେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।