ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ

0
21
ପୁଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୯/୦୪) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ ହୋଇଛି ।

ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ସୁବାସକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁବାସ ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୁଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ୪ ଟାରେ ପୁଲିସ ଚଢ଼ାଉ କରିଥିଲା । ସୁବାସ ଓ ତାର ସହଯୋଗୀ ପୁଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲା । ପୁଲିସ ମଧ୍ୟ ସୁବାସ ଉପରେ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା ।

ହେଲେ ସୁବାସର ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ପୁଲିସ ସୁବାସକୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି । ଢେଙ୍କାନାଳର ବିଭିନ୍ନ ଥାନାରେ ସୁବାସ ନାଁରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଛି । ସୁବାସଙ୍କ ଠାରୁ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଛି। ସୁବାସ ଅନେକ ଦାଦାବଟି କେସରେ ସମ୍ପୃକ୍ତ ଥିବା ଜଣାଯାଇଛି ।