ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟଳୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

0
28
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୪) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ର ନୂଆ ଲାଇବ୍ରେରୀ ହଲ୍ ଠାରେ ମଧୂ ବାବୁଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ।WhatsApp Image 2024 04 29 at 09.21.02 ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ କାର୍ଯ୍ୟଳୟରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଆଇନଜିବି ରାଜୁ ଅଗ୍ରୱାଲ ପ୍ରମୁଖ ମଧୁ ବାବୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ଵିପ ପ୍ରଜ୍ବଳନ ପୂର୍ବକ ସଭା ଆରମ୍ଭ କରିଥିଲେ । ମଧୁ ବାବୁ ଙ୍କ ଜୀବନୀ ଆଲୋକପାତ କରିବା ସହ ଗଠନ ମୁଳକ କାମ ରେ ସମସ୍ତେ ସହଯୋଗ କରିବାକୁ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ସମସ୍ତ ସଭ୍ୟ ଙ୍କୁ ଆହ୍ବାନ କରିଥିଲେ । ବକ୍ତା ମାନଙ୍କ ମଧ୍ୟ ରେ ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ଦାଶ, ସର୍ବେସ୍ୱର ପୁରୋହିତ, କୃଷ୍ଣ ମୋହନ ମାହାଣା ପ୍ରମୁଖ ମଧୁ ବାବୁଙ୍କ ବାଲ୍ୟ କାଳ ଠୁ ଶିକ୍ଷା ଜୀବନ ଓ ମଧୁ ବାବୁଙ୍କ କୋର୍ଟ ପରିଚାଳନା କ୍ଷେତ୍ର ରେ ଚତୁରତା ବିଷୟ ଉଲେଖ୍ୟ କରି ଓଡ଼ିଶା ପ୍ରତି ତାଙ୍କ ଅନେକ ଅବଦାନ ରହିଥିବା ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଆଇନଜୀବୀ ମାନଙ୍କ ମଧ୍ୟ ରେ ଚମ୍ପେଶ୍ୱର୍ ଥନାପତି, ବିନାୟକ ରଥ,ହେମନ୍ତ କୁମାର ସା, ନନ୍ଦ କିଶୋର ତ୍ରିପାଠୀ, ମୋନାଜ ବିଶି, ବ୍ରଜେନ୍ଦ୍ର କୁମାର ବିଶି, ଅଜିତ ବାରିକ, ଗଦାଧର ନେଗୀ, ଭାସ୍କର ଦାଶ ଙ୍କ ସମେତ ପ୍ରାୟେ ଶତାଧିକ ଆଇନଜୀବୀ ଏ ଜୟନ୍ତୀ ଉତ୍ସବ ରେ ଅଂଶ ଗ୍ରହଣ କରିଥିଲେ। ସଭା ଶେଷ ରେ ସମ୍ପାଦକ ଦାଶଦିପ୍ତ ମହାପାତ୍ର ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।