ସମ୍ବଲପୁର – ସୋନପୁର ରାସ୍ତା ରେ ଦୁର୍ଘଟଣା

0
31
ସମ୍ବଲପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୪) : ସୋନପୁର – ସମ୍ବଲପୁର ରୋଡ଼ ର ସିଂଢ଼ୋଲ୍ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୀର୍ଘ ଛଅ ଘଣ୍ଟା ପରେ ଉଦ୍ଧାର ହେଲେ ଟ୍ରଲର ଗାଡ଼ି ର ଡ୍ରାଇଭର lWhatsApp Image 2024 04 29 at 09.21.03 ସମ୍ବଲପୁର - ସୋନପୁର ରାସ୍ତା ରେ ଦୁର୍ଘଟଣା

ଘଟଣା ରୁ ପ୍ରକାଶ ଯେ, ସମ୍ବଲପୁର ରୁ କେସିଙ୍ଗା ଯାଉଥିବା ଏକ ଟ୍ରଲର ଗାଡ଼ି ସମାନ ଦିଗ ରୁ ଆସୁଥିବା ରୋଲର ବୋଝେଇ ୪୦୭ ଗାଡ଼ି ପଛ ପଟେ ଧକ୍କା ହେବାରୁ ଉଭୟ ଗାଡ଼ି ଚୂର୍ ମାର ହୋଇଥିବା ଜଣା ପଡିଛି l ୪୦୭ ପିକଅପ ଭ୍ୟାନ ହଠାତ୍ ବ୍ରେକ୍ ଦେବାରୁ ପଛ ପଟେ ଆସି ଟ୍ରଲର ଗାଡ଼ି ଟି ପିଟି ହୋଇଥବା ଜଣାପଡିଛି l ସୋନପୁର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ଦୀର୍ଘ ଛଅ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ରକ୍ତାକ୍ତ ହୋଇ ବିପଦଜନକ ଅବସ୍ଥା ରେ ଫସି ରହି ଥିବା ଟ୍ରଲର ଗାଡ଼ି ର ଡ୍ରାଇଭର କୁ ଉଦ୍ଧାର କରିଥିଲେ ଏବଂ ଡ୍ରାଇଭର ର ଜୀବନ ବଞ୍ଚାଇ ଥିଲେ ଅଗ୍ନିଶମ ବାହିନୀର ଏସ ଓ କବି ସେଠୀ ଓ ଉଜ୍ଜ୍ୱଳ ବେହେରା ଙ୍କ ନେତୃତ୍ଵ ରେ ଯାଇଥିବା ଉଦ୍ଧାରକାରୀ ଦଳ l