ରାସ୍ତାକଡ଼କୁ ଓଲଟିଲା ବରଯାତ୍ରା ବସ୍; ୮ ଆହତ

0
27
ରାସ୍ତାକଡ଼କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୨୯/୦୪) : ରାସ୍ତାକଡ଼କୁ ଓଲଟିଲା ବରଯାତ୍ରା ବସ୍ । ଦୁର୍ଘଟଣାରେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ତିହୁଡି ନହରଣା ମୁଖ୍ୟରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାବାମଣି ନାମକ ଏକ ବସ୍ ବରଯାତ୍ରୀଙ୍କୁ ଧରି ବାଲିକୁଦାରୁ ଧନୁହରବେଲାରୀ ଫେରୁଥିଲା । ତିହୁଡି ନହରଣା ମୁଖ୍ୟରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୮ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତ ମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ବାଲିକୁଦା ପୁଲିସ ଘଟଣାର ତଦନ୍ତ କରୁଛି ।