ମହିଳା ସଫେଇ କର୍ମଚାରୀଙ୍କ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ୍

0
23
ମହିଳା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୯/୦୪) : ମହିଳା ସଫେଇ କର୍ମଚାରୀଙ୍କ ଗୋଡ଼ ଉପରେ ଚଢ଼ିଗଲା ଟ୍ରକ୍। ସମ୍ବଲପୁର ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି ।

ଗୁରୁତର ସଫେଇ କର୍ମଚାରୀ କିଶୋରି ବେହେରାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ କିଶୋରି ଭୀମଭୋଇ ଛକରେ ଝାଡ଼ୁ ମାରୁଥିବା ବେଳେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ପରେ କିଶୋରି ତଳେ ପଡ଼ି ଯାଇଥିଲେ । ଟ୍ରକଟି ତାଙ୍କ ଗୋଡ଼ ଉପରେ ମାଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ଆହତ ସ‍ଫେଇ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରତର ହେବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।