ସାଂସଦ ପ୍ରାର୍ଥୀ ସପ୍ତଗିରିଙ୍କ ଗୁଣପୁର ଗସ୍ତ , ମାରାଥନ ପ୍ରଚାର ଆରମ୍ଭ

0
192
ସାଂସଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୪) : କୋରାପୁଟ ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଆଜି ଗୁଣପୁର ବ୍ଲକର ୪ଟି ଗ୍ରାମ ପଞ୍ଚାୟତ ମାରାଥନ ଗସ୍ତ କରିଛନ୍ତି ।WhatsApp Image 2024 04 29 at 21.19.49 ସାଂସଦ ପ୍ରାର୍ଥୀ ସପ୍ତଗିରିଙ୍କ ଗୁଣପୁର ଗସ୍ତ , ମାରାଥନ ପ୍ରଚାର ଆରମ୍ଭ

ଏହି ଗସ୍ତରେ ସାଂସଦ ପ୍ରଥମେ ଗୋଠଲପଦର ପଞ୍ଚାୟତର ସିଧାମଗୁଡା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ସରକାରଙ୍କର ୨୫ ବର୍ଷର ଶାସନର ଅପାରଗତା ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଅପରପକ୍ଷେ କଂଗ୍ରେସ ରାୟଗଡା ଜିଲ୍ଲା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।ଏହାସହ ଗୁଣପୁର ବ୍ଲକରେ ଶିକ୍ଷା କ୍ଷେତ୍ରରେ ହୋଇଥିବା ଅବ୍ୟବସ୍ଥା ଯେପରି, ଗୁଣପୁର ଉପଖଣ୍ଡ ଅଧିନସ୍ଥ ୭ଟି ବ୍ଲକରେ ୮୫ଟି ଆବାସିକ ବିଦ୍ୟାଳୟର ମରାମତି, ହଷ୍ଟେଲ, ପାଚେରୀ ନିର୍ମାଣ ବାବଦରେ ଆସିଥିବା ଅନୁଦାନର ହରିଲୁଟ ପ୍ରସଙ୍ଗ ବିଷୟରେ ଲୋକମାନଙ୍କୁ ଜଣାଇଥିଲେ । ରେଳ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସାଂସଦ ବାରମ୍ବାର ସ୍ୱର ଉଠାଇଥିବା କଥା ମଧ୍ୟ ଆଲୋଚନାକୁ ଆଣିଥିଲେ ।

ରାୟଗଡ଼ା, ମୁନିଗୁଡ଼ା ଓ ଗୁଣପୁର ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ମାନ୍ୟତା ମିଳିଥିବାର ସଫଳତା ବିଷୟରେ ସେ ସଭାରେ କହିଥିଲେ । ଏହି ସଭାରେ ସାଂସଦ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସର ଗ୍ୟାରେଣ୍ଟିର କଥା କହିଛନ୍ତ ଉକ୍ତ ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ିଥିଲେ । ଏହାପରେ ଶ୍ରୀ ଉଲାକା କୁଲୁସିଂ, ପୁଟାସିଂ ଏବଂ ଘନାନ୍ତ୍ରୀ ଆଦି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ସାଂସଦ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସାଂସଦ ତାଙ୍କର ସାତ ପ୍ରତିଶ୍ରୁତିକୁ ନେଇ ଲୋକଙ୍କୁ ଅବଗତ କରାଇ ଭୋଟ ଭିକ୍ଷା କରିଥିଲେ