ଜଏଁତରା ଗ୍ରାମରେ ପବନରେ ବିରାଟ ବରଗଛ ଭାଙ୍ଗି ଟ୍ରାକ୍ଟର ସହ ଦୁଇ ଘର କ୍ଷତିଗ୍ରସ୍ତ; ରାସ୍ତା ଅବରୋଧ

0
41
ଜଏଁତରା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୯/୦୪) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଅଞ୍ଚଳରେ ଆଜି ସୋମବାର ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିଥିଲା ।WhatsApp Image 2024 04 30 at 07.30.07 ଜଏଁତରା ଗ୍ରାମରେ ପବନରେ ବିରାଟ ବରଗଛ ଭାଙ୍ଗି ଟ୍ରାକ୍ଟର ସହ ଦୁଇ ଘର କ୍ଷତିଗ୍ରସ୍ତ; ରାସ୍ତା ଅବରୋଧ

ପବନ ଦ୍ଵାରା ଏହି ପଞ୍ଚାୟତ ଜଏଁତରା ଗ୍ରାମର ଛକରେ ଥିବା ଏକ ବିରାଟ ବରଗଛ ହଠାତ୍ ଭାଙ୍ଗି ଯାଇଥିଲା । ଫଳରେ ଗଛ ତଳେ ରଖାଯାଇଥିବା ଗ୍ରାମର ଜଗନ୍ନାଥ ବାଗଙ୍କ ଏକ ଟ୍ରାକ୍ଟର ଓ ଟ୍ରଲି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇ ଭାଙ୍ଗି ଯାଇଥିଲା । ସେହିପରି ଛକ ପାର୍ଶ୍ଵରେ ଥିବା ହରି ମାଝୀ ଓ ଚଞ୍ଚଳ ଖର୍ସେଲ ନାମକ ଦୁଇ ଜଣଙ୍କ ଘର ମଧ୍ୟ ଭାଙ୍ଗି ଯାଇ କ୍ଷତିଗ୍ରସ୍ତ ହୋଇଥିଲା । ମୁଖ୍ୟ ରାସ୍ତା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ମୁରିବାହାଲ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଗଛ କାଟି ସଫା କରିବା ପରେ ରାସ୍ତାରେ ଯାତାୟାତ ସ୍ଵାଭାବିକ ହୋଇଥିଲା ।