ବିମାନବନ୍ଦରରୁ ଜବତ ହେଲା ୭୫ଲକ୍ଷ; ଖୋଳତାଡ଼ କରୁଛି ଆୟକର ବିଭାଗ

0
22
ବିମାନବନ୍ଦର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୪) : ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି ।

ଗୋଟିଏ ଦିନରେ ରାଜଧାନୀରୁ ୭୫ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ଭୁବନେଶ୍ୱର ବିମାନବନ୍ଦରରୁ ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଛି । ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ । ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ପୁଲିସ ଦୁଇଟି ଲଗେଜରୁ ୭୫ଲକ୍ଷ ଟଙ୍କା ନଗଦ ଜବତ କରିଛି । କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।