ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ

0
23
ରାସ୍ତାକଡ଼କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୩୦/୦୪) : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ । ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଟ୍ରକ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ମାଲ ବୋଝେଇ ଟ୍ରକ୍‌ଟି ତେଲେଙ୍ଗାନାରୁ‌ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା । ବଡଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । କ୍ୟାବିନରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ।ପୁଲିସ ପହଞ୍ଚି କ୍ୟାବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ।