ଆକାଶରୁ ବର୍ଷୁଛି ନିଆଁ : ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ

0
23
ଆକାଶରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୦/୦୪) : ଆକାଶରୁ ବର୍ଷୁଛି ନିଆଁ , ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ । ସାରା ଓଡ଼ିଶାରେ ଆଜି ବି ଉପରମୁହାଁ ହୋଇ ରହିବ ତାପମାତ୍ରା ।

ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ, ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ସର୍ବାଧିକ ଉତ୍ତପ୍ତ ସହର । ଏଥିସହ ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ । ଟିଟିଲାଗଡ଼ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା ଓ ନୟାଗଡ଼ରେ ୪୩ ଡିଗ୍ରୀ ଥିଲା ତାପମାତ୍ରା । ସିଭିୟର ହିଟୱେଭ ନେଇ ଆଜି ପାଇଁ ପାଇଁ ୯ ଜିଲ୍ଲା ଯଥା ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।