କାଜୁ ମିଲରେ ଶିଶୁ ଶ୍ରମିକ ବନ୍ଦ ସମେତ ୧୬ ଦଫା ଦାବି ପ୍ରଦାନ କଲେ ଆଦିବାସୀ ଜାଗରଣ ସଂଘ

0
57
କାଜୁ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୩୦/୪) : ଆଜି ବୋରିଗୁମ୍ମା ବ୍ଳକ୍ ଆଦିବାସୀ ଜାଗରଣ ସଂଘ ତରଫରୁ ବୋରିଗୁମ୍ମା ତହସିଲଦାରଙ୍କ ଜରିଆରେ ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କୁ ଏକ ୧୬ ଦଫା ଦାବିପତ୍ର ପ୍ରଦାନ କରା ଯାଇଛି ।WhatsApp Image 2024 04 30 at 17.31.57 କାଜୁ ମିଲରେ ଶିଶୁ ଶ୍ରମିକ ବନ୍ଦ ସମେତ ୧୬ ଦଫା ଦାବି ପ୍ରଦାନ କଲେ ଆଦିବାସୀ ଜାଗରଣ ସଂଘ

ମୂଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ ବେଆଇନ୍ ଭାବେ କିଣା ଯାଇଥିବା ଆଦିବାସୀ ଜମିକୁ ଫେରସ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ହିତାଧିକାରୀ ଚୟନ କରିବା, ଆଦିବାସୀ ସଂଘର ପ୍ରମାଣ ପତ୍ର ନଥିଲେ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ନ କରିବା, ପଲ୍ଲୀ ସଭା ଗ୍ରାମ ସଭାକୁ ସ୍ବଚ୍ଛତାର ସହ ସଠିକ ଭାବେ ପରିଚାଳନା କରିବା, ଶିକ୍ଷକ ନିଯୁକ୍ତିକୁ ଜିଲ୍ଲା ଭିତ୍ତିକ କରିବା, ବିହାରୀ ମଦଭାଟ୍ଟି ଉଚ୍ଛେଦ କରିବା, ଚୈତ୍ର ପୂର୍ଣ୍ଣିମାକୁ ଛୁଟ୍ଟି ଘୋଷଣା, କନ୍ୟାଶ୍ରମ ଗୁଡ଼ିକରେ ମହିଳା ଶିକ୍ଷୟିତ୍ରୀ ନିଯୁକ୍ତି,କାଜୁ ମିଲ ଗୁଡ଼ିକରେ ଶିଶୁ ଶ୍ରମିକ ନିୟୋଜନ ବନ୍ଦ କରିବା, ଗରିବ ସୀମାରେଖା ତଳେ ଥିବା ପରିବାରକୁ ରାଜୀବ ଗାନ୍ଧୀ ଓ ବିଜୁ ଜ୍ୟୋତି ଯୋଜନା ମାଧ୍ୟମରେ ବିଜୁଳି ଯୋଗାଣ କରିବା, ସମସ୍ତ ଆଦିବାସୀ ପରିବାରକୁ BPL କାର୍ଡ ଯୋଗାଣ ଇତ୍ୟାଦି ସମୁଦାୟ ୧୬ଟି ଦାବି ରହିଥିଲା ।

ଆଦିବାସୀଙ୍କର ଏକ ବିଶାଳ ଶୋଭାଯାତ୍ରା ବୋରିଗୁମ୍ମା ସହର ଦେଇ ଯାଇଥିବା ଉଭୟ ୨୬ ଓ ୬୩ ନମ୍ବର ଜାତୀୟ ରାଜପଥରେ ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ରେ ପହଞ୍ଚି ତହସିଲଦାର ଅନୁପସ୍ଥିତ ଥିବାରୁ ମୁଖ୍ୟ କିରାଣୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ସତ୍ୟନାରାୟଣ ନାୟକ,ଉପ ସଭାପତି କମୁଳୁ ଜାନୀ, ଯୁଗ୍ନ ସମ୍ପାଦକ ରାମ ଜାନୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ମାଝି, ଲାଲୁମଣି ସିଂ ଙ୍କ ସମେତ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ ।