ଗୁଡ଼ାରୀ ବ୍ଲକରେ ବିଜେଡିର ମାରାଥନ ପ୍ରଚାର

0
91
ଗୁଡ଼ାରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୦/୪) : ଗ୍ରୀଷ୍ମ ତାତି ଯେତିକି ବଢୁଛି ନିର୍ବାଚନୀ ତାତିରେ ନେତା ଓ କର୍ମୀମାନେ ସେତିକି ଅଣନିଃଶ୍ବାସୀ ହୋଇଗଲେଣି ।

ଗୁଡ଼ାରୀ ବ୍ଲକରେ ବିଜେଡିର ମାରାଥନ ପ୍ରଚାର । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସରଗରମ ହେବାର ଲାଗିଛି । ତିନି ପ୍ରମୁଖ ଦଳର ନେତା ପ୍ରଚାର ପାଇଁ ଏବେ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଆଜି ଗୁଡ଼ାରୀ ଅଞ୍ଚଳରେ ବିଜେଡିର ଜୋରଦାର ପ୍ରଚାର କରାଯାଇଛି । କୋରାପୁଟ ଲୋକସଭା ପ୍ରାର୍ଥୀନି କୌଶଲ୍ୟା ହିକ୍କ୍କାକା ଓ ଗୁଣପୁର ବିଧାନସଭା ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଡହ ଡହ ଖରାରେ ଗାଁ କୁ ଗାଁ ବୁଲି ପ୍ରଚାର କରିଛନ୍ତି । ଚଳିତ ନିର୍ବାଚନ ଓଡ଼ିଶାରେ ଇତିହାସ ସୃଷ୍ଟି କରିବ ବୋଲି ଦଳୀୟ ପ୍ରାର୍ଥୀଙ୍କ ବିଶ୍ଵାସ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ, ଏଥିପାଇଁ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ନେତା କର୍ମୀ ଏକାଠି ହୋଇ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ ।

ଆଉ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକ ଯଥା, ହେଲଥ କାର୍ଡ ଠୁ ଆରମ୍ଭ କରି ରାସ୍ତା ଘାଟ,ଶିକ୍ଷାର ରୁପାନ୍ତିକରଣ ,ପାନୀୟ ଜଳ ବ୍ୟବସ୍ଥା, ବୃଦ୍ଧା ମା ମାଉସୀ ଙ୍କୁ ମଧୁବାବୁ ଯୋଜନା ଠୁ ଆରମ୍ଭ କରି କଲେଜ୍ ପିଲାଙ୍କ ଛାତ୍ର ବୃତ୍ତି ଇତ୍ୟାଦି ଯୋଜନା ନେଇ ଜନସାଧାରଣଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ମହାନ୍ତି, କେଦାର ସାହୁ, ଏନ୍ ଏ ସି ଅଧ୍ୟକ୍ଷା, ଛାତ୍ର, ଯୁବ କର୍ମୀ, ମହିଳା କର୍ମୀ ମାନେ ଉପସ୍ଥିତ ରହିଥିଲେ ।