ଗୁଣପୁର ବିଧାନସଭା ଓ କୋରାପୁଟ ଲୋକସଭା ପାଇଁ ସଂଯୋଜକ ନିଯୁକ୍ତ

0
25
ଗୁଣପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୦/୪) : ଆଜି ବିଜେପି ପକ୍ଷରୁ ଗୁଣୁପୁର ବିଧାନସଭା ଓ କୋରାପୁଟ ଲୋକସଭା ପାଇଁ ସଂଯୋଜକ ଏବଂ ବିଧାନସଭାର ଦାୟିତ୍ୱ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁଙ୍କ ଉପରେ ନ୍ୟସ୍ତ କରାଯାଇଥିବା ସୂଚନା ମିଳିଛି ।WhatsApp Image 2024 04 10 at 18.59.07 1 ଗୁଣପୁର ବିଧାନସଭା ଓ କୋରାପୁଟ ଲୋକସଭା ପାଇଁ ସଂଯୋଜକ ନିଯୁକ୍ତ

ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ପ୍ରମୋଦ କୁମାର ସାହୁ ଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଏହାକୁ ଅନୁମୋଦନ କରି ଶ୍ରୀ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲା ସଭାପତି ଶିବ ପଟନାୟକ ସୂଚନା ଦେଇଛନ୍ତି । ଶିବାଜୀ ଦାସଙ୍କୁ ଗୁଣପୁର ବିଧାନସଭା ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ଉଭୟ ଦାୟିତ୍ୱ ଗ୍ରହଣ କରିଥିବା ପ୍ରମୋଦ କୁମାର ସାହୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜିଲ୍ଲା ସଭାପତି ଶିବ ପଟନାୟକ ଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଉଭୟ ,ଲୋକସଭା କ୍ଷେତ୍ର ପାଇଁ ଯୁବ ଆଦିବାସୀ ନେତା କାଳୀ ମାଝୀ ଏବଂ ବିଧାନସଭା ପାଇଁ ତ୍ରିନାଥ ଗମାଙ୍ଗ ନିଶ୍ଚିତ ଭାବେ ବିଜୟ ଲାଭ କରିବେ ବୋଲି ସୂଚନା ଦେଇଛନ୍ତି ନବ ନିଯୁକ୍ତ ବିଧାନସଭା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ । ଲୋକେ ବର୍ତ୍ତମାନ ପରିବର୍ତ୍ତନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ନେତୃତ୍ୱ କୁ ସମର୍ଥନ କରିବେ ବୋଲି ଆଶା କରିଛନ୍ତି ।