୫ ଦିନ ତଳେ କାଳ ବୈଶାଖୀ ପବନରେ ବସଷ୍ଟାଣ୍ଡ ରେ ଥିବା ଛଅ ଗୋଟି ଦୋକାନରୁ ଟିଣ ଉଡ଼ି ଯିବା ଯୋଗୁଁ ବ୍ୟବସ୍ୟାୟି ହଟହଟା

0
17
୫ ଦିନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୨/୦୫) : ୫ ଦିନ ତଳେ କାଳ ବୈଶାଖୀ ପବନରେ ବସଷ୍ଟାଣ୍ଡ ରେ ଥିବା ଛଅ ଗୋଟି ଦୋକାନରୁ ଟିଣ ଉଡ଼ି ଯିବା ଯୋଗୁଁ ବ୍ୟବସ୍ୟାୟି ହଟହଟା

ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ନିକଟରେ ଭଡାରେ ନେଇଥିବା ୬ ଗୋଟି ଦୋକାନ ଘର ର ଟିଣ କାଳ ବୈଶାଖୀ ପବନରେ ଉଡ଼ି ଯାଇଥିବା ଯୋଗୁଁ ଭୟରେ ନିଜ ଜୀବନ ବଞ୍ଚେଇବାକୁ ଦୋକାନୀ ଏବଂ ତାଙ୍କ କର୍ମଚାରୀ ମାନେ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳେଇ ଥିଲାବେଳେ ତାପରେ ହୋଇଥିବା ବର୍ଷାରେ ଦୋକାନ ର ସବୁ ସାମାନ ଭିଜି ନଷ୍ଟ ହୋଇ ଯାଇଥିଲା । ସବୁ ଟିଣ ପବନରେ ଉଡି ଯାଇବାହାରେ କେଉଁଠି ପଡିଥିଲା ବେଳେ, ପଦାରୁ ଉଡ଼ି ଆସିଥିବା ଧୂଳି, ଅଳିଆ, ପତର ଓ ଅବ୍ୟବହୃତ ପଲଥିନ ଜରିରେ ଦୋକାନ ଭିତର ଗୁଡ଼ିକ ନଷ୍ଟ, ଭ୍ରଷ୍ଟ ହୋଇ ଅବ୍ୟବ୍ୟସ୍ତା ରେ ରହିଥିଲା ।

ବିଚାରି ଦୋକାନୀ ମାନେ ଓ ତାଙ୍କ କର୍ମଚାରୀ ପିଲା ମାନେ ବିଦ୍ୟୁତ ଲାଇଟ କଟି ଯାଇଥିବାରୁ ଅନ୍ଧାର ଓ ପ୍ରଚଣ୍ଡ ଗରମରେ ମହମ ବତୀ, ଓ ମୋବାଇଲ ଆଲୁଅରେ ସନ୍ଧ୍ୟା ସମୟରେ ଯାହାକିଛି ସମୁଦ୍ରରୁ ଶଙ୍ଖେ ଭଳି ସାମାନ ଉଦ୍ଧାର କରିଥିଲେ । ବାକି ଅନ୍ୟ ଦିନ ରେ ମଧ୍ୟ ପାଣିରେ ଭିଜି ଯାଇଥିବା ଗ୍ରୋସରୀ ସାମାନ ପ୍ରାୟତଃ ଖରାପ ହୋଇ ଯାଇଥିଲା । ତାସହ ଅନ୍ୟ ମାନଙ୍କ ମଧ୍ୟ ମେଡ଼ିସିନ,ଷ୍ଟେସେନେରୀ, ଓ ପୁଜା ଭଣ୍ଡାର , ଏବଂ ସେଲୁନ ର ଦୁଈ ପଟ ର ଆଇନା ଏବଂ ଟେବୁଲ ଗୁଡ଼ିକ ମଧ୍ୟ କ୍ଷତି ଗ୍ରସ୍ତ ହୋଇ ଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ କିଛି ବର୍ଷ ତକେ କାଳ ବୈଶାଖୀ ର ପ୍ରଭାବରେ ଏହିପରି ସାମାନ ସହିତ ଟିଣ ଉଡି ନଷ୍ଟ ହୋଇ ଯାଇଥିଲା ବେଳେ ଦୋକାନୀ ମାନେ ସେହି ଟିଣ ଓ ନୂତନ ଟିଣ କୁ ମିଶାଇ ସମସ୍ତେ ନିଜ ପଇସାରେ ତିଆରି କରି ଭଡା ବାବଦ ରୁ କିଛି କିଛି ଅର୍ଥ କାଟି ତାହାକୁ ଭରଣା କରିଥିଲେ । ତେବେ ଏବର ଏହି ଘଟଣା ରେ ସବୁ ବ୍ୟବସ୍ୟୟୀ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ମାଲିକ ମଧ୍ୟ ଅସୁବିଧା ରେ ଥିବାରୁ ତୁମେକର କହି ହାତ ଟେକି ଦେଇଛି । ଏପରି ଅବସ୍ଥାରେ ସେମାନେ କିପରି ଟିଣ କିମ୍ବା ଛାତ, କରି ପୁଣି ଦୋକାନ ସମ୍ଭାଳିବେ ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଉ ପଡିଛି ।

ଯଦି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ପୁରୁଷୋତ୍ତମପୁର ତହସିଲଦାର, ଛତ୍ରପୁର ଉପଜିଲ୍ଲାପାଳ, କିମ୍ବା ଜିଲ୍ଲା ପାଳ କିଛି ଆର୍ଥିକ ବ୍ୟବସ୍ତା କରିଥାନ୍ତେ ତେବେ ସେମାନେ ସେମାନଙ୍କ ପାଖରେ ଚିର କୃତଜ୍ଞ ରହି ପୁଣି ବ୍ୟବସାୟ ଆରମ୍ଭ କରି ପାରି ସେମାନଙ୍କ ଜୀବନ ଜୀବିକା କୁ ସମ୍ଭାଳି ପାରି ଥାନ୍ତେ ବୋଲି ଅନୁରୋଧ କରିଛନ୍ତି ।