ହଳଦୀ ଛକରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କା ନଗଦ ଅର୍ଥ ଜବତ

0
73
ହଳଦୀ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧/୫) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ବ୍ୟସ୍ତବହୁଳ ହଳଦୀ ଛକରୁ ମୁରିବାହାଲ ଥାନା ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ନୂଆପଡ଼ା ଜିଲ୍ଲାର ଜଣେ ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କାର ନଗଦ ଅର୍ଥ ଜବତ ହୋଇଛି ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ସ୍ଥାନୀୟ ପୁଲିସ, ଫ୍ଲାଇଂ ସ୍କ୍ୱାର୍ଡ ଓ ଏସ୍‌ଏସ୍‌ସି ଟିମ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କରାଯାଉଥିବା ବେଳେ ଏହି ଅର୍ଥରାଶି ଜବତ ହୋଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହଳଦୀମୁଣ୍ଡା ଗ୍ରାମର ଟଙ୍କଧର କୁଲଥିଆଙ୍କ ପୁଅ ଘନକେଶନ କୁଲଥିଆ(୪୦)ନାମକ ଜଣେ ବାଇକ ଆରୋହୀ ଯୁବକ ଏକ ସେକେଣ୍ଡ ହେଣ୍ଡ ବୋଲେରୋ କିଣିବା ପାଇଁ ଟିଟିଲାଗଡ଼ ଯାଇ ଫେରୁଥିଲେ । ଏହି ଛକରେ ଗାଡିମୋଟର ଯାଞ୍ଚ କରାଯାଉଥିବା ବେଳେ ତାଙ୍କ ବାଇକରୁ ଏଭଳି ଅଧିକ ଅର୍ଥ ଜବତ ହୋଇଥିଲା ।

ତାଙ୍କୁ ଅଧିକ ପଚରାଉଚରା କରାଯିବା ପରେ ସେ ଏକ ସେକେଣ୍ଡ ହେଣ୍ଡ ବୋଲେରୋ କିଣିବା ପାଇଁ ଏହି ଅର୍ଥ ନେଇ ଟିଟିଲାଗଡ ଯାଇ ଫେରୁଥିବା ସଫେଇ ଦେଇଥିଲେ । ଏହି ଜବତ ଅର୍ଥକୁ ଟ୍ରେଜେରୀରେ ଜମା କରାଯାଇଥିବା ଜଣାପଡିଛି । ଏହି ଯାଞ୍ଚ ବେଳେ ମୁରିବାହାଲ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ସବଇନ୍ସପେକ୍ଟର ପ୍ରମୋଦ କୁମାର ପଧାନଙ୍କ ସହ ଅନ୍ୟ ସମସ୍ତ ପୁଲିସ କର୍ମଚାରୀ, ଫ୍ଲାଇଂ ସ୍କ୍ୱାର୍ଡ ଓ ଏସ୍‌ଏସ୍‌ସି ଟିମ ସାମିଲ ହୋଇଥିବା ଜଣାପଡ଼ିଛି ।