ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର

0
17
ହଠାତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୨/୦୫) : ପାରାଦୀପ କାଉଡିଆ ନଦୀରେ ଅଘଟଣ। ହଠାତ ନଦୀକୁ ଡେଇଁ ପଡିଲେ ଛାତ୍ର। ଅଠରବାଙ୍କି କାଉଡିଆ ନଦୀରେ ଘଟିଛି ଘଟଣା ।

ପୋଲ ନିକଟରେ ଥିବା ମୋବାଇଲ ଓ ସାର୍ଟ କୁ ପୋଲିସ ଜବତ କରିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କିମ୍ବା ଓଡ୍ରାଫ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ଘଟଣାସ୍ଥଳରେ ଛାତ୍ରର ପରିବାର ଏବଂ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ନିଖୋଜ ଛାତ୍ରର ଘର ସ୍ଥାନୀୟ ଅମ୍ବିକା ସ୍କୁଲରେ ପାଠ ପଢୁଥିବା ଵେଳେ ସେ ଗୋପୀନାଥ କଲୋନୀ ର ଉଲ୍ଲାସ ଲେଙ୍କାଙ୍କ ପୁଅ ତ୍ରିଲୋଚନ ଲେଙ୍କା ବୋଲି ସୂଚନା ମିଳିଛି ।

ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଥିବା ବେଳେ ପାଣିକୁ ଡେଇଁବାକୁ ନେଇ ପରିବାର ଓ ସାହି ପଡିସା ଅସ୍ବୀକାର କରିଛନ୍ତି । ପୋଲ ଉପରେ ସନ୍ଦେହଜନକ ଅବସ୍ଥାରେ ତ୍ରିଲୋଚନ ର ମୋବାଇଲ ଏବଂ ଡ୍ରେସ ରହିଥିବା ବେଳେ ତ୍ରିଲୋଚନ କୌଣସି ପରିସ୍ଥିତି ରେ ନଦୀକୁ ଡେଇଁ ନ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ।