ରାଜ୍ୟ ସରକାରଙ୍କର କାମ କମ୍ ପ୍ରଚାର ବେଶି

0
17
ରାଜ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୨/୦୫) : ପ୍ରଚାରରେ ସିମିତ ବସୁଧା ଯୋଜନା। ହୋଡିଂ ଓ କାନ୍ଥରେ ସିମିତ ବସୁଧା ଯୋଜନା। ଦରଡିପାଳ ଗ୍ରମରେ ଅଚଳ ହୋଇ ପଡ଼ିଥିବା ବସୁଧା ଯୋଜନା ପ୍ରକଳ୍ପର ଦୃଶ୍ୟ।

ରାଜ୍ୟ ସରକାରଙ୍କର କାମ କମ୍ ପ୍ରଚାର ବେଶି । ଘଷିପୁରାର ପୁର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ୨୦୧୩ ମସିହାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୬ଦିନ ପରେ ପାଇପ୍ ଫାଟି ଅଚଳ ହୋଇଗଲା ପ୍ରକଳ୍ପ । ସେବେଠାରୁ ନଈ କୂଳରେ ଚୂଆ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ନିମ୍ନମାନର କାମ ହୋଇଥିବାରୁ ମାତ୍ର ୬ଦିନରେ ପାଇପ୍ ଫାଟିଗଲା । ସେବେଠୁ ଅଚଳ ହୋଇ ପଡ଼ିରହିଲା ପ୍ରକଳ୍ପ। ଏନେଇ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଲାଭ ନ ମିଳିବାରୁ ବାଧ୍ୟ ହୋଇ ନଈରେ ଚୁଆ ଖୋଳି, ସେହି ପାଣିକୁ ପାନୀୟ ଜଳ ରୂପ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ । ଏପଟେ ଅଚଳ ପ୍ରକଳ୍ପକୁ 5t ରଙ୍ଗରେ ରଙ୍ଗେଇ ଠିକାଦାର ଅର୍ଥ ଆତ୍ମସାଦ କରିଥିବା ଅଭିଯୋଗ ହୋଇଛି ।

କେବଳ ଦରଡିପାଳ ଗ୍ରାମରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଏଭଳି ବସୁଧା ଯୋଜନାର ପ୍ରକଳ୍ପ ଅଚଳ ଅବସ୍ଥାରେ ଥିବା ଦେଖିବା ପାଇଁ ମିଳୁଛି । କେଉଁଠି ବସୁଧା ଯୋଜନା ପହଞ୍ଚି ପାରିନି ତ କେଉଁଠି ପ୍ରକଳ୍ପ ହୋଇଛି ମାତ୍ର ପାଣି ଯୋଗେଇ ହେଉନି । ଏମିତରେ ବସୁଧା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି ।