ସୋନପୁର ବିଧାନସଭା ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ପତ୍ର ଦାଖଲ କଲେ ଆଜି

0
38
ସୋନପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୫) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ନାମଙ୍କନ ପତ୍ର ଦାଖଲ କେଲେ ବିଜେଡି ଓ ବିଜେପି ବିଧାୟକ ପ୍ରାର୍ଥୀWhatsApp Image 2024 05 02 at 10.44.32 ସୋନପୁର ବିଧାନସଭା ପାଇଁ ବିଜେଡି ଓ ବିଜେପି ପ୍ରାର୍ଥୀ ପତ୍ର ଦାଖଲ କଲେ ଆଜି

ପ୍ରଥମେ ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଝାରୀ ନିଜର ସମର୍ଥକଙ୍କ ସହିତ ସୋନପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ଭାବରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ର ମଧ୍ୟ ନିଜର ସମର୍ଥକଙ୍କ ସହିତ ଆସି ନାମାଙ୍କନ ଦାଖଲ କରିଛନ୍ତି । ଗତକାଲି ନିରଞ୍ଜନ ନିଜର ହଜାର ହଜାର ସମର୍ଥକଙ୍କ ସହ ସହରରେ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ ।

ଠିକ ସେହିପରି ଆଜି ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ର ଓ ବଲାଙ୍ଗିର ଲୋକସଭା ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂଦେଓ ମଧ୍ୟ ଏକ ସୁସଜ୍ଜିତ ଗାଡି ସହିତ ନିଜର କର୍ମି ମାନଙ୍କସହ ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି l ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନକଲ୍ୟାଣ କାରୀ ଯୋଜନା କୁ ନେଇ ଆଗାମୀ ଦିନରେ ଭୋଟ ଭିକ୍ଷା କରିବେ ବୋଲି କହିଛନ୍ତି l