ବିଦୁତ ଆଘାତରେ ଜଣେ ମୃତ

0
25
ବିଦୁତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୨/୦୫) : ନିମିଷେକେ ଚାଲିଗଲା ବୁଣାକାରଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବୁଟୁପାଲି ଗାଁ’ରେ । ମୃତକଙ୍କ ନାଁ ହେଉଛି ପ୍ରକାଶ ମେହେର (୪୦) ।

ବିଦୁତ ଆଘାତରେ ଜଣେ ମୃତ । ଆଜି ସକାଳେ ପ୍ରବଳ ଗରମ ହେଉଥିଲା । ଗରମରୁ ରକ୍ଷ୍ୟା ପାଇବା ପାଇଁ ପ୍ରକାଶ ଏକ ଟିଣ କୁଲରକୁ ଇଲେକ୍ଟ୍ରିରେ ଲଗାଇଥିଲେ । ସେଇ କୁଲର ଇଲେକ୍ଟ୍ରିରେ ଲଗାଇବା ମାତ୍ରେ ସେ ଛିଟିକି ପଡ଼ିଥିଲେ । ତଳେ ପଡ଼ି ସେ ସଙ୍ଗେ ସଙ୍ଗେ ଗୁରୁତର ଆହାତ ହୋଇଥିଲେ । ପରିବାର ଲୋକ ପ୍ରକାଶଙ୍କୁ ଗୁତର ଅବସ୍ଥାରେ ବୌଦ୍ଧ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇଁ ମେଡିକାଲରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷ୍ୟରୁ ସୂଚନା ମିଳିଛି ।