ରାଜ୍ୟ ସ୍ତରରେ ବୌଦ୍ଧ ଜିଲ୍ଲା ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ସଫଳତା

0
43
ରାଜ୍ୟ ସ୍ତରରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୨) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ହାଇସ୍କୁଲ୍ ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀ ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଲେ lWhatsApp Image 2024 02 05 at 15.25.01 jpeg ରାଜ୍ୟ ସ୍ତରରେ ବୌଦ୍ଧ ଜିଲ୍ଲା ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ସଫଳତା

ରାଜ୍ୟ ସ୍ତରରେ ବୌଦ୍ଧ ଜିଲ୍ଲା ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ସଫଳତା । ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଆନୁକୁଲ୍ୟରେ ରାଜ୍ୟ ଜୁନିଅର୍ ରେଡକ୍ରସର ଭୁବନେଶ୍ୱର ଠାରେ ପଞ୍ଚ ଦିବସୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିରରେ ବୌଦ୍ଧ ଜିଲ୍ଲାର ଜୁନିଅର୍ ରେଡକ୍ରସ୍ ସ୍ଵେଚ୍ଛାସେବୀମାନେ ସଫଳତା ସହ ଯୋଗଦାନ କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଓଡ଼ିଶା ରାଜ୍ୟ ଶାଖା ରେଡକ୍ରସ୍ ସୋସାଇଟିର ସମ୍ପାଦକ ଡ. ମେଜର କଳ୍ପନା ଦାସ, ରଜ୍ୟ ରେଡକ୍ରସ୍ ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଓଲିଓଡ଼ ସିନେ ଅଭିନେତା ସବ୍ୟସାଚୀ ମିଶ୍ର, ଓଡ଼ିଶା ରାଜ୍ୟ ଶାଖାର ଜୁନିଅର୍ ରେଡକ୍ରସ୍ ଅଫିସର ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ରହି ବକ୍ତବ୍ୟ ରଖିଥିଲେ ଓ କୃତି ଛାତ୍ରଛାତ୍ରୀ ଜୁନିଅର୍ ମନଙ୍କୁ ପୁରସ୍କୃତ କରିଥିଲେ ।

ଆୟୋଜିତ ହୋଇଥିବା ନଅ ଗୋଟି ପ୍ରତିଯୋଗୀତାରୁ ଦୁଇ ଗୋଟି ପ୍ରତିଯୋଗୀତାରେ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ହାଇସ୍କୁଲର ସ୍ଵେଚ୍ଛାସେବୀ ପ୍ରିୟଦର୍ଶିନୀ କୁମ୍ଭାର, ଚନ୍ଦ୍ରମା ସାହୁ, ପ୍ରତିଭା ସାହୁ, ରାନୁ ଭୋଇ ଦଳଗତ ସଙ୍ଗୀତ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ବ୍ୟକ୍ତିଗତ ପ୍ରତିଯୋଗିତାରେ କଣ୍ଟାମାଳ ହାଇସ୍କୁଲର ପ୍ରତିଭା ସାହୁ କୁଇଜ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଅତିଥିଙ୍କ ଠାରୁ ପ୍ରମାଣ ପତ୍ର ଓ ବିଜୟ ସ୍ମାରକ ପାଇ ପୁରସ୍କୃତ ହୋଇଛନ୍ତି ।

ଏହି ଜୁନିଅର୍ ମାନଙ୍କୁ କଣ୍ଟାମାଳ ବ୍ଲକ ଜୁନିଅର୍ ରେଡକ୍ରସ୍ ସଂଯୋଜକ ବନମାଳୀ ମେହେର ଓ ତେଲିବନ୍ଦ ହାଇସ୍କୁଲର ଗାଇଡ ଜୁନିଅର୍ କାଉନସିଲର ସ୍ୱାଗତିକା ପଧାନଙ୍କ ନେତୃତ୍ୱରେ ରାଜ୍ଯ ସ୍ତରୀୟ ଶିବିରରେ ଯୋଗ ଦେଇଥିଲେ । ପ୍ରିୟଙ୍କା ଭୁକ୍ତା, ରେଷ୍ମା ମାଝୀ, ଅଙ୍କିତ ପ୍ରଧାନ, ଦେବାନନ୍ଦ ବିଶି, ସ୍ଵସ୍ତିକ ରଣା, ଅନୁଭବ ମେହେର ବିଭିନ ପ୍ରତିଯୋଗିତାରେ ଭାଗ ନେଇ ବୌଦ୍ଧ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଥିଲେ ।

ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର୍ ରେଡକ୍ରସ୍ ଅଧ୍ୟକ୍ଷ ଗେନ୍ଦ୍ରା କୁଜୁରୁ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଜୁନିଅର୍ ରେଡକ୍ରସର ସମ୍ପାଦକ ଆନନ୍ଦ କୁମାର ବେହେରା, ଜିଲ୍ଲା ଜୁନିୟର ରେଡ଼କ୍ରସ୍ ଅଫିସର ନବକିଶୋର ଦୀପ, କଣ୍ଟାମାଳ ହାଇସ୍କୁଲ୍ ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ତଥା ଅନ୍ୟାନ୍ୟ ବୁଦ୍ଧିଜୀବୀଗଣ ସଫଳତା ନିମନ୍ତେ ଜୁନିଅର ମାନଙ୍କୁ ଶୁଭେଛା ଜଣାଇଛନ୍ତି ।