ସୁଧାରାଣୀ ଙ୍କ ଗଡ଼ ରେ ରୁପେଶ ଙ୍କ ଶକ୍ତି ପ୍ରଦର୍ଶନ

0
300
ସୁଧାରାଣୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୫) : ଗତ କାଲି ସନ୍ଧ୍ୟା ରେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ରୁପେଶ ପାଣିଗ୍ରାହୀ କାଶୀନଗର ଫୋରେଷ୍ଟ ଛକ ଅଂଚଳ ରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ପ୍ରକାଶ ଥାଉ କି କାଶୀନଗର ଫୋରେଷ୍ଟ ଛକ ଅଂଚଳ ରେ ଗତ ପୌର ନିର୍ବାଚନ ରେ ମୋଟ ତିନିଗୋଟି ୱାର୍ଡ ରେ ବିଜେଡ଼ି କଉନ ସିଲର ଜିତିଥିଲେ । ୱାର୍ଡ ୧୧ ରେ ଏନ ଏ ସି ଉପାଧ୍ୟାଖ ଶ୍ରୀ ରଘୁରାମ ସାହୁ ଓ ୧୨ ରେ ବିଜେଡ଼ି ପ୍ରାର୍ଥୀ ଓ ୧୩ ରେ ବିଜେଡ଼ି ପ୍ରାର୍ଥୀ ଜିତିଥିଲେ । ହେଲେ ରାଜନୈତିକ ବାଧ୍ୟ ବଧକତା ରେ ଅଧ୍ୟାକ୍ଷା ଥିବା ସୁଧାରାଣୀ ବିଜେପି କୁ ଚାଲିଗଲେ । ହେଲେ ଏହି ତିନିଗୋଟି ୱାର୍ଡ ରେ ସୁଧାରାଣୀ ଙ୍କ ଅନ୍ଧ ସମର୍ଥକ ରହିଛନ୍ତି । ଏଣୁ ଗତ କାଲି ରୁପେଶ ଏହି ଅଂଚଳ ରେ ବାଜା ବଜାଇ ଶହ ଶହ ସମର୍ଥକ ଙ୍କ ସହ ୱାର୍ଡ ୧୧,୧୨,୧୩ ରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଟାଉନ ସଭାପତି ଆର ଚଲାପତିଙ୍କ ନେତୃତ୍ୱ ରେ ୱାଇ ଧନଞ୍ଜୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି, ଉପାଧ୍ୟକ୍ଷ ରଘୁରାମ ସାହୁ, ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମା, ଜିଲ୍ଲା ପରିଷଦ ସଭ୍ୟା ରାଜ ଲକ୍ଷ୍ମୀ, ନାରୀ ନେତ୍ରୀ ମାନସୀ ପାଣିଗ୍ରାହୀ, (କାଶୀନଗର ର ବର୍ଷା ପ୍ରିୟ ଦର୍ଶିନୀ) ରାକେଶ ପାଣିଗ୍ରାହୀ, କାଉନ ସିଲର ଜୀବରତ୍ନ, କାଟିକି ରାମା ରାଓ. ବହୂ ନେତା କର୍ମୀ ଯୋଗଦେଇ ସୁଧାରାଣୀ ଙ୍କ ଗଡ଼ ରେ ସାହିସାହି ଓ ଘର କୁ ଘର ବୁଲି ଯୋଡି ଶଙ୍ଖ ଦବାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ । ନବୀନ ଙ୍କ ହାତ ମୁଠା କୁ ଟାଣ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଇତିହାସ ରୋଚିବା କୁ ଲୋକ ମାନଙ୍କୁ ଅନୁରୋଧ କରିଥିଲେ ।