ପରିବର୍ତ୍ତନ ଚାହୁଁଛି ଓଡ଼ିଶା , ବିଜେପି କର୍ମୀ ସମ୍ମିଳନୀରେ ଗୁରୁମନ୍ତ୍ର ଦେଲେ ବିପ୍ଳବ ଦେବ

0
103
ପରିବର୍ତ୍ତନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୫/୫) : ୨୪ ବର୍ଷ ର ସ୍ଥାଣୁ ସରକାରକୁ ପରିବର୍ତ୍ତନ କରିବା ଲକ୍ଷରେ ଏବେ ଓଡ଼ିଶାବାସୀ । କେନ୍ଦ୍ରର ମୋଦି ସରକାରଙ୍କ ଫୋକସରେ ଏବେ ଓଡ଼ିଶା ।WhatsApp Image 2024 05 05 at 08.33.34 ପରିବର୍ତ୍ତନ ଚାହୁଁଛି ଓଡ଼ିଶା , ବିଜେପି କର୍ମୀ ସମ୍ମିଳନୀରେ ଗୁରୁମନ୍ତ୍ର ଦେଲେ ବିପ୍ଳବ ଦେବ

ପରିବର୍ତ୍ତନ ଚାହୁଁଛି ଓଡ଼ିଶା , ବିଜେପି କର୍ମୀ ସମ୍ମିଳନୀରେ ଗୁରୁମନ୍ତ୍ର ଦେଲେ ବିପ୍ଳବ ଦେବ । ତେଣୁ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଓ ନେତା ଙ୍କ ଘନଘନ ଗସ୍ତ । ଓଡ଼ିଶା ଆସି କର୍ମୀଙ୍କୁ ଉତ୍ସାହିତ କରିବା ସହ ଦେଉଛନ୍ତି ଗୁରୁମନ୍ତ୍ର ଓ ପ୍ରସ୍ତୁତ କରୁଛନ୍ତି ଆଗାମୀ ରଣନୀତି । ଏହି ଅବସରରେ ଆଜି ତ୍ରପୁରା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଗୁଣପୁର ଗସ୍ତ କରି କର୍ମୀ ସମ୍ମିଳନୀ କରିଛନ୍ତି । ନିଜ ଅଭିଭାଷଣରେ ବିପ୍ଳବ ଦେବ କହିଥିଲେ ଯେ, ୨୪ ବର୍ଷର ଅପାରଗ ବିଜେଡି ସରକାର ଓଡ଼ିଶାର ସବୁକିଛି ଲୁଟି ନେଇ ତାମିଲ ହାତରେ ଓଡ଼ିଶାକୁ ଟେକି ଦେଇଛନ୍ତି । ଓଡ଼ିଶାରେ ଯୋଗ୍ୟ ନେତାଙ୍କ ଅଭାବ ଅଛିକି ବୋଲି ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ନିଜର କହି ଜନତାଙ୍କୁ ଭୁଆଁ ବୁଲେଇବା ସମୟ ଆଉ ନାହିଁ , ବର୍ତ୍ତମାନ ଓଡ଼ିଶାବାସୀ ପରିବର୍ତ୍ତନ ଚାହାଁନ୍ତି ।

ଓଡ଼ିଶାର ଜନସାଧାରଣ ଏବେ ମୋଦୀ ଙ୍କୁ ଗ୍ରହଣ କରିବାକୁ ମନସ୍ଥ କରିସାରିଲେଣି । ଓଡ଼ିଶାର ଅସ୍ମିତା ଆଜି ବିପଦରେ , ତେଣୁ ଓଡ଼ିଶାବାସୀ ବିଜେଡିର ସ୍କାମ ସରକାର ଛାଡ଼ି ବିଜେପିର ସ୍କିମ ସରକାରକୁ ଚୟନ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ, ବିଧାୟକ ପ୍ରାର୍ଥୀ ତ୍ରୀନାଥ ଗମାଙ୍ଗ, ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ସଂଯୋଜକ ପ୍ରମୋଦ ସାହୁ, ଶିବାଜୀ ଦାସ, ୱ।ଇ ଗଣପତି, ବିଦ୍ୟାଧର ଶବର, ଵଦ୍ରି ମହାନ୍ତି , ଅମର ସାହୁ ସମେତ ବିଜେପିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

Leave a Reply