ଜଙ୍ଗଲ ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା

0
16
ଜଙ୍ଗଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୫/୦୫) : କାଜୁ ଜଙ୍ଗଲରେ ଯୁବକଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ବାଁଆରା ପଞ୍ଚାୟତ କୂଅମଡ଼ା କାଜୁ ଜଙ୍ଗଲ ବାଟ ଦେଇ ୩ ଜଣ ଯୁବକ ଚନ୍ଦକା ଯାଉଥିବା ସମୟରେ ହଠାତ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା ।

ଦୁଇଜଣ ଯୁବକ ହାତୀ କବଳରୁ ଖସି ପଳାଉ ଯାଇଥିବା ବେଳେ ଜଣେ ଯୁବକ ସାମ୍ନାରେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ଚନ୍ଦକା ନିକଟ ଫିରିକିନାଳୀ ଗାଁ’ର କେଦାର ଚାଟର ବୋଲି ପରିଚୟ ମିଳିଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନ ଅଧିକାରୀ ପଂହଁଚି ତଦନ୍ତ ଜାରି ରଖିଛନ୍ତି । ତେବେ କାଜୁ ଗୋଟାଇବାକୁ ଆସିଥିବା ସମୟରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ମୃତଙ୍କ ସମ୍ପର୍କୀୟ ।

 

Leave a Reply