ମହୁମାଛି ଆକ୍ରମଣ ଫଳରେ ଶବ ଛାଡ଼ି ଧାଇଁଲେ ପରିବାର ଲୋକେ

0
17
ମହୁମାଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୫/୦୫) : ଶବ ସତ୍କାର ପାଇଁ ଯାଇ ଥିଲେ ହଠାତ୍ ମାଡ଼ି ଆସିଲେ ମହୁମାଛି ପଲ । ଆଉ ଶବ ଛାଡ଼ ଦୌଡ଼ିଲେ ଲୋକେ ।

ଏହି ଘଟଣାରେ ୬ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଜଳେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଳେଶ୍ଵର ବ୍ଲକ ଡେମୁରିଆ ଗ୍ରାମରେ ଅନନ୍ତ ଜେନା ନାମକ ୬୦ବର୍ଷୀୟ ବ୍ୟକ୍ତିଙ୍କ ଗତ ରାତିରେ ମୃତ ହୋଇଥିଲା । ପରିବାର ଓ ସାହି ପଡ଼ିଶା ଏକଜୁଟ ହେବା ପରେ ଆଜି ସକାଳୁ ସତ୍କାର ପାଇଁ ବାହାରି ଥିଲେ । ଶ୍ମଶାନ ପହଞ୍ଚିବା ପରେ ସତ୍କାର ପାଇଁ ପ୍ରସ୍ତୁତି ହେଉ ହେଉ ହଠାତ୍ ମହୁମାଛି ଦଳ ମାଡ଼ି ଆସି ଆକ୍ରମଣ କରିଥିଲେ । ଫଳରେ ସତ୍କାର ପାଇଁ ଆସିଥିବା ଲୋକେ ଶବକୁ ଛାଡି ଦୌଡ଼ି ପଳାଇ ଆସିଥିଲେ । ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ଆଣି ଭର୍ତ୍ତି କରାଯାଇଛି ।

Leave a Reply