ପାଟଣାଗଡ଼ ମାରୱାଡ଼ି ଯୁବା ମଞ୍ଚ ସାମାଜିକ ସମାରୋହରେ ଯୋଗଦେଲେ ସରୋଜ

0
18
ପାଟଣାଗଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାଟଣାଗଡ଼, (୦୫/୦୫) : ପାଟଣାଗଡ଼ ଏନ୍‌ଏସିର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଏକ ସାମାଜିକ ସମାରୋହର ଆୟୋଜନ ହୋଇଯାଇଛି ।

ଏଥିରେ ପାଟଣାଗଡ଼ ବିଧାୟକ ତଥା ଚଳିତ ନିର୍ବାଚନର ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି । ପାଟଣାଗଡ଼ର ସର୍ବାଙ୍ଗୀନ ବିକାଶ ଦିଗରେ ବିଜେଡ଼ି ସରକାର ସର୍ବଦା ଦୃଷ୍ଟି ଦେଇ ଆସିଛନ୍ତି ଏବଂ ଆଗାମୀ ସମୟରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡ଼ି ସରକାର ବଦ୍ଧ ପରିକର ବୋଲି ସେ କହିଥିଲେ । ଏଥିସହିତ ମାରୱାଡ଼ି ସମାଜର ଉନ୍ନତି ପାଇଁ ଆଗାମୀ ଦିନରେ ସେ ନିଜେ ସମସ୍ତ ପ୍ରକାର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରତିଶ୍ର୍ରୁତି ଦେଇଛନ୍ତି । କାର୍ଯ୍ୟକ୍ରମରେ ମାରୱାଡ଼ି ଯୁବା ମଞ୍ଚର ବହୁ ସଦସ୍ୟଙ୍କ ସହ ପାଟଣାଗଡ଼ର ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

Leave a Reply