ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

0
19
ଫ୍ୟାନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୫/୦୫) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ଗାଁରେ ଘଟିଛି ଅଘଟଣ। ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ନାଁ ସୁଲୋଚନା ନାୟକ । ସୂଚନା ଅନୁଯାୟୀ, ସୁଲୋଚନା ଆଜି ସକାଳେ ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ଏକ ଜୀବନ୍ତ ବିଦ୍ୟୁତ୍‌ ତାର ତାଙ୍କ ଦେହରେ ଗୋଡ଼େଇ ହୋଇ ଯାଇଥିଲା । ଏହି ତାରରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରବାର ଲୋକେ ଦୌଡ଼ି ଆସି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ । ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply