ବିପୁଳ ପରିମାଣର ମଦ ଓ ପୋଚ ଜବତ

0
20
ବିପୁଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୪/୦୫) : ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ପୋଚ ଜବତ କଲା ଖୁଣ୍ଟୁଣୀ ପୋଲିସ

ତେବେ ପ୍ରାୟତଃ ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ । ତେବେ ଏହି ଚୋରା ଦେଶୀ ମଦ କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରୁ ଜବତ କରିଛି ପୋଲିସ । ସୂଚନା ଅନୁସାରେ , କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ମଗଧ ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଚୋରା ଚାଲାଣ ହେଉଥିବ ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ନିଜର ସମସ୍ତ ଟିମକୁ ଜଙ୍ଗଲରେ ଚଢାଉ କରିଥିଲା ପୋଲିସ ।

ସେଠାରେ ୨୦ ହଜାର ଲିଟର ପୋଚ ଓ ୨ହଜାର ଲିଟର ଚୋରା ଦେଶୀ ମଦ ଜବତ କରିଥିଲା । ହେଲେ ଏହି ମାମଲାରେ ଜଡିତ ଥିବା କୌଣସି ମଦ ମାଫିଆଙ୍କୁ ଧରି ପାରିନଥିଲା ପୋଲିସ। ତେବେ ଜବତ ହୋଇଥିବା ପୋଚ ଏବଂ ଦେଶୀ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ କହିଛନ୍ତି। ତେଣୁ ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।

Leave a Reply