ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0
16
ଛାତ୍ରଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୭/୦୫) : ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ନାଁ ବିଶ୍ୱଭୂଷଣ ସ୍ୱାଇଁ । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଗୋପୀନାଥପୁର ଗାଁ’ରେ ।

ବିଶ୍ୱଭୂଷଣ ଦଶମ ଶ୍ରେଣୀର ଛାତ୍ର ଥିଲେ । ସେ ଜଗତସିଂହପୁର ଜିଲ୍ଲାର ଗୋପାଳସାଗରରେ ଥିବା ଏକ ଘରୋଇ ହଷ୍ଟେଲରେ ରହି ପାଠପଢୁ‌ ଥିଲେ । ସେ ସେଠାରେ ପ୍ରାୟ ୭ ମାସ ହେଲା ଥିଲେ। ଆଜି ସକାଳେ ବିଶ୍ୱଭୂଷଣଙ୍କର ମୃତ୍ୟୁ ହୋଇଥିବା ହଷ୍ଟେଲ କର୍ମଚାରୀ ଜାଣିବାକୁ ପାଇଥିଲେ । ଏନେଇ ସେମାନେ ବିଶ୍ୱଭୂଷଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ବିଶ୍ୱଭୂଷଣଙ୍କ ବାପା ବିଭୁତିଭୂଷଣ ହଷ୍ଟେଲେରେ ପହଞ୍ଚିଥିଲେ । ଖଟ ଉପରେ ପୁଅର ମୃତଦେହ ପଡ଼ିଥିବା ଦେଖିବା ପରେ ତାଙ୍କ ମନ ବୁଝିନଥିଲା ।

କାରଣ ଗତକାଲି ସେ ପୁଅକୁ ଦେଖା କରି ଯାଇଥିଲେ । ସେତେବେଳେ ପୁଅର ପୂରା ଠିକ୍ ଥିଲା । ରାତିରେ କାହିଁକି ସେ ଆତ୍ମହତ୍ୟା କରିବ ବୋଲି ତାଙ୍କ ବାପା ପ୍ରଶ୍ନ କରିଛନ୍ତି । ଏହା ସହିତ ପୁଅକୁ ହତ୍ୟା କରାଯାଇଥିବା ନେଇ ସେ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ବିଭୁତିଭୂଷଣଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।

Leave a Reply