ଛେଳି ଚରାଇବାକୁ ଯାଇଥିଲେ, ବଜ୍ରାଘାତ ନେଲା ଜୀବନ

0
21
ଛେଳି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୭/୦୫) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପଟିଗୁଡ଼ା ରେ ବଜ୍ରାଘାତ ରେ ଜଣେ ମୃତ୍ୟୁ । ମୃତକଙ୍କ ନାଁ ହେଉଛି ଜିତୁ ଗୌଡ଼ (୧୬) ।

ସୂଚନା ଅନୁସାରେ ପଟିଗୁଡ଼ା ଗାଁର ପଞ୍ଚା ଗୌଡ଼ଙ୍କ ପୁଅ ଜିତୁ ବିଲରୁ ଛେଳି କୁ ଚରାଇ ଘରକୁ ଆଣୁଥିଲେ। ରାସ୍ତାରେ ଆସୁଥିବା ବେଳେ ବହୁ ଜୋରରେ ବର୍ଷ ଆରମ୍ଭ ହେଲା । ଜିତୁ ଶିଘ୍ର ଆସିବା ପାଇଁ ଛେଳିଙ୍କୁ ଗୋଡ଼ାଇ ଆଣୁ ଥାନ୍ତି। ସେଇ ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ସଙ୍ଗେ ସଙ୍ଗେ ଜିତୁ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ଜିତୁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଛି । ଗଞ୍ଜାମ ସମେତ ଭୁବନେଶ୍ୱର, ନୟାଗଡ଼, ଭଞ୍ଜନଗର, ପୁରୀ ଓ ରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଛି। ନୟାଗଡ଼ରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼ ଓ ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲାରେ ବୈଶାଖୀ ଜନିତ ବର୍ଷା ହୋଇଛି ।

Leave a Reply