ବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି

0
16
ବ୍ୟାଙ୍କରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୦୭/୦୫) : ବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡେଲିମାର୍କେଟ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଏହି ଘଟଣା ଘଟିଛି ।

ଏଥିରେ କାହାର କିଛି କ୍ଷତି ହୋଇନାହିଁ । ପୁଲିସ ଏହି ଘଟଣାରେ ସୁରକ୍ଷା କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଜି ସକାଳେ ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ଭ୍ୟାନରେ ରାଜଗାଙ୍ଗପୁର ଡେଲିମାର୍କେଟ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା । ଟଙ୍କା ଭ୍ୟାନ ସହ ଜଣେ ସୁରକ୍ଷା କର୍ମୀ ଆସିଥିଲେ । ଭ୍ୟାନଟି ବ୍ୟାଙ୍କରେ ପହଞ୍ଚିବା ପରେ ସୁରକ୍ଷାକର୍ମୀ ଜଣଙ୍କ ନିଜ ବନ୍ଧୁକରେ ଗୁଳି ଲୋଡ଼ କରୁଥିଲେ । ଏହି ସମୟରେ ହଠାତ୍ ଫାୟାରିଂ ହୋଇଥିଲା । ଗୁଳି ଫୁଟିବା ସମୟରେ ଆଖପାଖରେ କେହି ନଥିଲେ । ପୁଲିସ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply