ସୁନ୍ଦରଗଡ଼ ଜିଲ୍ଲା ର ବିଶିଷ୍ଟ ଗୋ-ସେବିକା ତାରାକାନ୍ତି ପଟେଲଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

0
246
ସୁନ୍ଦରଗଡ଼ ଜିଲ୍ଲା ର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୯/୦୬) : ସୁନ୍ଦରଗଡ଼ ଜିଲ୍ଲା ର ବିଶିଷ୍ଟ ଗୋ-ସେବିକା ତଥା ପରିବେଶବିତ ତାରାକାନ୍ତି ପଟେଲ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ମଥୁରା ପଞ୍ଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ପରିଦର୍ଶନ କରିଥିଲେ l

ଗୋଶାଳା ର ଭିତ୍ତିଭୂମି ବିକାଶ ନିମନ୍ତେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଜୀବିକା ମିଶନଙ୍କୁ ଭେଟି ଗୋଶାଳାରେ ଗୁହାଳ, ଘାସ ଚାଷ, ପାନୀୟ ଜଳ, ଆଲୋକୀକରଣ, ବୃକ୍ଷ ରୋପଣ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ର ବିଶିଷ୍ଟ ଗୋ-ସେବିକା ତାରାକାନ୍ତି ପଟେଲ ପ୍ରସ୍ତାବ ରଖିଥିଲେ l

ପ୍ରଥମ ଦିନ ଅପରାହ୍ନରେ ଖଲିଆ ବଗିଚା ସ୍ଥିତ ଅଧ୍ୟାପକ ପ୍ରବୀର ଦାସଙ୍କ ବାସଭବନରେ ମହିଳା ମାନଙ୍କୁ ସ୍ୱାବଳମ୍ବି କରିବା ନିମନ୍ତେ ଗାଈ ଗୋବର ଓ ଗୋମୂତ୍ରରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି କରିବା ପାଇଁ ତାଲିମ ପ୍ରଦାନ କରିଥିଲେ l ପ୍ରତ୍ୟେକ ଗ୍ରାମରେ ୧୬ ଜଣ ମହିଳାଙ୍କୁ ନେଇ ଉତ୍ପାଦକ ଗ୍ରୁପ ଗଠନ କରି ଗୋବରରୁ ଦୀପ, ଧୂପକାଠି, ମଶା ଧୂପ, ସାବୁନ, ଦନ୍ତ ମଞ୍ଜନ, ଫୁଳ ଗାମଳା, ସବ କାଠ, ଇଟା, ବିଭିନ୍ନ ମୂର୍ତ୍ତି, ଗୋବର ଗ୍ୟାସ, କମ୍ପୋଷ୍ଟ ଓ ଗୋମୂତ୍ର ରୁ ଅର୍କ, ଫିନାଇଲ, ଜିବା ମୃତ ଇତ୍ୟାଦି ପ୍ରସ୍ତୁତି କରିବା ପାଇଁ ସୂଚନା ପ୍ରଦାନ କରିଥିଲେ l

ଦ୍ୱିତୀୟ ଦିବସରେ ଗୋଶାଳାରେ ଗୋପୂଜନ ଓ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଯୋଗଦାନ କରି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନାରେ ଭାଗ ନେଇ ମିଶନ ଶକ୍ତି ମାଧ୍ୟମରେ ସମସ୍ତ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରସ୍ତବ ରଖିଥିଲେ l ଗୋଟିଏ ଦେଶୀ ଗାଈରୁ ମାସିକ ୧୦ ହଜାରରୁ ଅଧିକ ଆୟ କରି ପାରିବାର ଉପାୟ ବାତାଇ ଥିଲେ l

ଶ୍ରୀମତୀ ପଟେଲ ସାରା ଦେଶରେ ବିଷ ମୁକ୍ତ ଖାଦ୍ୟ ଓ ଋଣ ମୁକ୍ତ ଚାଷୀ ବାର୍ତ୍ତା ସହିତ ଗୋମାତା, ମାଟି ମାଁ ଓ ଜନ୍ମ କଳା ମାଁ କୁ ବଞ୍ଚେଇବାକୁ ନେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାରେ ପରିବେଶବିତ ପ୍ରବୀର କୁମାର ଦାସ, ମାହେଶ୍ୱରୀ ଗୋଶାଳା ର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆ ସାମିଲ ହୋଇ ପୂର୍ଣ୍ଣ ସହଯୋଗ ନିମନ୍ତେ ପ୍ରତିଶୃତି ଦେଇଥିଲେ l