ଖଟିଆରେ ବୁହା ହେଲେ ଗର୍ଭବତୀ

0
19
ଖଟିଆରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୦୭/୦୫) : ଖଟିଆରେ ବୁହା ହେଲେ ଗର୍ଭବତୀ । ସ୍ୱାଧୀନତାର ୭୭ ବର୍ଷ ପରେ ଓ ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବର୍ଷର ସ୍ଥାୟୀ ଶାସନ ପରେ ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତର ଭୁଇଁପାନି ଗାଁ’କୁ ନାହିଁ ରାସ୍ତା ।

ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିସହ ହୋଇଯାଇଥିବା ବେଳେ ରୋଗୀ, ଗର୍ଭବତୀଙ୍କ ପାଇଁ ଜୀବନ ଆହୁରି ବିପଦ ହୋଇଯାଇଛି । ବାରମ୍ଵାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାରଙ୍କ ନିଦ ଭାଙ୍ଗି ପାରିନାହିଁ । ପୁଣି ଆଜି ଏହି ଅଞ୍ଚଳରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଭୁଇଁପାନି ଗାଁ’ର ଖୋଲିଭିତର ପଡ଼ାର ଧନେଶ୍ଵର ଚିନ୍ଦାଙ୍କ ସ୍ତ୍ରୀ ହେମୀ ଚିନ୍ଦାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ହେଲେ ଗାଁ’କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଝରଣାମାଲ ଗାଁ ନିକଟରେ ଅଟକି ରହିଥିଲା ।

ପରିବାର ଲୋକଙ୍କ ସହ ଗାଁ’ର କିଛି ଯୁବକ ଗର୍ଭବତୀ ହେମି ଚିନ୍ଦାଙ୍କୁ ଏକ ଖଟିଆରେ ଦୋଲିଫାନ୍ଦି ପାଖାପାଖି ଦୁଇ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଭେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି ।

Leave a Reply