ସିଲେଟପଡ଼ା ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

0
28
ସିଲେଟପଡ଼ା

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୫) : ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ ବୁଧବାର ଦିନ ଠାରୁ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଛି ।WhatsApp Image 2024 05 04 at 07.12.11 ସିଲେଟପଡ଼ା ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦଯାପିତ

ପୂର୍ବଦିନ ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ବାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ପୂର୍ଣ୍ଣାହୁତି ପରେ ଗ୍ରାମବାସୀଙ୍କ ଦ୍ଵାରା ନଗର ସଙ୍କୀର୍ତ୍ତନ୍ୟ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି ନାମଯଜ୍ଞରେ କର୍ତ୍ତା ରୂପେ ଗମ୍ଭୀର ରଣା ଓ ତାଙ୍କ ଧର୍ମପତ୍ନୀ ଲତା ରଣା ,ପୂଜକ ରୂପେ ପ୍ରକାଶ ଚନ୍ଦ୍ର ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ନାମଯଜ୍ଞରେ ନିଜ ଗ୍ରାମ ସମେତ ବଲାଙ୍ଗିର, ନୂଆପଡା, କଳାହାଣ୍ଡି ଓ ଛତିଶଗଡ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରତିଷ୍ଠିତ ସଙ୍କୀର୍ତ୍ତନ୍ୟ ଦଳ ଗୁଡ଼ିକ ଦ୍ଵାରା ହରେକୃଷ୍ଣ ହରେରାମ ମହାମନ୍ତ୍ର ପରିବେଷଣ କରାଯାଇଥିଲା । ଏଥିରେ ସିଲେଟପଡ଼ା ଷୋହଳ ପ୍ରହରୀ ଆୟୋଜକ କମିଟିର ସଭାପତି ଚୂଡାମଣି ରଣା, ସମ୍ପାଦକ ହୃଦାନନ୍ଦ ରଣା, ଉପସଭାପତି ଗଜମନ ରଣା, ମୁରଲୀ ରଣା ଓ ଲଳିତ ରଣାଙ୍କ ସହ ସମସ୍ତ କର୍ମକର୍ତ୍ତା,ଗ୍ରାମବାସୀ, ମହିଳା ଓ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

Leave a Reply