କଲରା ପତରିଆ ବାଘର ମୃତଦେହ ଉଦ୍ଧାର

0
14
କଲରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୮/୦୫) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଭିଜନ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ କଲରା ପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି ।

ପୋଷ୍ଟମର୍ଟମ ପରେ ବାଘ ମୃତଦେହକୁ ପୋଡ଼ି ଦିଆଯାଇଥିବା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ୨୪ ଘଣ୍ଟା ପୂର୍ବରୁ ବାଘର ମୃତ୍ୟୁ ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ କଲରା ପତରିଆ ବାଘର ମୃତ୍ୟୁ ହୋଇଛି ଖୋଳତାଡ କରାଯାଉଛି । ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ କଲରା ପତରିଆ ବାଘଟି ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ଗତକାଲି ବନ ବିଭାଗ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply