କୋଶଳୀ ସମ୍ବଲପୁରୀ ଭାଷାକୁ ସମ୍ବିଧାନ ର ଅଷ୍ଟମ ପରିଚ୍ଛେଦ ଦାବି ନେଇ ସ୍ୱାଭିମାନ ଯାତ୍ରା

1
56
କୋଶଳୀ ସମ୍ବଲପୁରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୧୨) : ପଶ୍ଚିମାଞ୍ଚଳ ପିପୁଲସ ଫୋରମ୍‌ ଦ୍ୱାରା ଆୟୋଜିତ ଡ଼ିସେମ୍ବର ୨୨ ତାରିଖଠାରୁ ୨୭ ଡ଼ିସେମ୍ବର ଯାଏଁ ପ୍ରସିଦ୍ଧ ଐତିହ୍ୟ ସମ୍ପନ୍ନ ନୃସିଂହନାଥ ପୀଠ ଠାରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ଭାଷା, ସଂସ୍କୃତି,ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ।Whatsapp Image 2023 12 23 At 23.24.05

ଏହି ଯାତ୍ରାର ଦ୍ୱିତୀୟ ଦିନ ଅବସରରେ ଟିଟଲାଗଡ଼ରେ ପହଞ୍ଚିଥିବା ବେଳେ ବିପୁଳ ଜନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଯାତ୍ରାରେ ଫିଲ୍ମ ନିର୍ଦ୍ଦେଶକ ମନୋଜ ମିଶ୍ର, ବିରେନ୍ଦ୍ର କୁମାର ପାଣିଗ୍ରାହୀ, ସପନ ମିଶ୍ର, ସୁବାସ ଚନ୍ଦ୍ର ନାୟକ, ସିପୁନ ଖମାରି, ପ୍ରଦୀପ ଢେଣ୍ଡିଆ ପ୍ରମୁଖ ପଶ୍ଚିମ ଓଡ଼ିଶା ବୁଲି, ବୁଲି କୋଶଳି ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦୃଢ଼ ଦାବି କରିଥିଲେ ।

ଏହି ସ୍ୱାଭିମାନ ଯାତ୍ରାକୁ ଟିଟିଲାଗଡ଼ ବିକାଶ ସେନାର ପ୍ରତିଷ୍ଠାତା ପ୍ରଶାନ୍ତ ଷଡଙ୍ଗୀ, ଟିଟିଲାଗଡ଼ ବିକାଶ ସେନାର ସଭାପତି ଇ. ଅମ୍ଳାନ ଷଡ଼ଙ୍ଗୀ, କୋଶଲି ଭାଷା ସୁରକ୍ଷା ସମିତିର ବରିଷ୍ଟ ସଦସ୍ୟ ତଥା କବି ଟିକେଲାଲ ବେହେରା, ଭିକାରୀ ଚରଣ ମିଶ୍ର, କୋଶଳ ମୁକ୍ତି ମୋର୍ଚ୍ଚାର ସଭାପତି ଦେବେନ୍ଦ୍ର ଜୈନ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଟିଟିଲାଗଡ ନିକଟସ୍ତ ବାନ୍ଧୁପଲା ଠାରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ପୂର୍ତ୍ତବିଭାଗ ଡାକବଙ୍ଗଳା ନିକଟକୁ ପାଛୋଟି ଆଣିଥିଲେ । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଓ ସେଥିରେ ନିଜ ଭାଷା,ସଂସ୍କୃତି କୁ ନେଇ ବିଶଦ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ପରେ ସ୍ୱାଭିମାନ ଯାତ୍ରା ପୁନଃ ଆଗେଇ ଚାଲିଥିଲା ।

1 COMMENT

Comments are closed.